ସରକାରୀ ଯୋଜନାରୁ ବଞ୍ଚିତ ସତ୍ୟଭାମା

ଫୋକସ ପ୍ଲସ 10/10/22(ହିନ୍ଦୋଳ):ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଗ୍ରାମପଂଚାୟତର ବହଣ୍ଡେଇ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା I ବହଣ୍ଡେଇ ଏକ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଅନ୍ତର୍ଭୁକ୍ତ ଗ୍ରାମ ଅଟେ I ହେଲେ ଏହି ଗ୍ରାମରେ ବସବାସ କରନ୍ତି ସତ୍ୟଭାମା ନାଏକ I ସେ ଅତି ଦୟନୀୟ ଅବସ୍ଥାରେ ରୁହନ୍ତି I କିଛି ବର୍ଷ ପୂର୍ବେ ପୁଅ, ଝିଅ ଛାଡି ଆରପାରିକୁ ଚାଲିଯାଇଥିଲେ ଏବଂ ଏବେ ସାହା ଭରସା ଥିବା ସ୍ୱାମୀ ମୁରଲୀ ନାଏକ ମଧ୍ୟ ସବୁ ଦିନ ପାଇଁ ଛାଡି ଆରପାରିକୁ ଚାଲିଗଲେ I କେହି ସାହାଭରସା ନଥିବା ଏହି ବୁଢ଼ୀ ମା ଦୁଃଖ ବୁଝିବ କିଏ I ଗ୍ରାମ ବାସି କିଛି କିଛି ସାହାଯ୍ୟ କରି ତାଙ୍କ ସ୍ୱାମୀଙ୍କ ଶବ ସତ୍କାର କରିଥିବା କୁହନ୍ତି, ସ୍ଥାନୀୟ ସରପଞ୍ଚ ଙ୍କୁ ଡାକିଲେ ମଧ୍ୟ ଆସୁନାହାନ୍ତି I ହରିଶ୍ଚନ୍ଦ୍ର ଯୋଜନାରେ ସରକାରଙ୍କ ତରଫରୁ ଶବ ସତ୍କାର ପାଇଁ ମିଳୁଥିବା 2000 ଟଙ୍କା ଦେବା ତ ଦୂରର କଥା ଯେଉଁ ସରପଞ୍ଚ ଡାକିଲେ ଶୁଣୁ ନାହାନ୍ତି ତାଙ୍କଠୁ ବା କଣ ଆଶାକରିବେ ସତ୍ୟଭାମା I

ଏଠି ପ୍ରଶ୍ନ ଉଠେ ଯେ ଏତେ ଦୁଃଖୀ ଲୋକର ପାଖରେ ହରିଶ୍ଚନ୍ଦ୍ର ଯୋଜନା ପହଂଚି ପାରୁନାହିଁ ତେବେ କଣ ସରକାରଙ୍କ ଏହି ଯୋଜନା କଣ ବାଟ ମରଣା ହେଉଛି I ସବୁ ଠାରୁ ଦୁଃଖର ବିଷୟ ଏହା ହେଉଛି ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଙ୍କ ନିଜ ପଂଚାୟତ Iତେବେ ଦେଖିବାକୁ ବାକିରହିଲା ସତ୍ୟଭାମା କେବେ ସରକାରୀ ସୁବିଧା ପାଉଛନ୍ତି I

ହିନ୍ଦୋଳରୁ ଧବଳ ପ୍ରସାଦ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *