ଫୋକସ ପ୍ଲସ (ଡେରାବିଶ):ପିଲାଙ୍କ ପାଇଁ ତାଙ୍କ ମା ହେଉଛନ୍ତି ଏହି ଦୁନିଆର ସବୁଠାରୁ ବଡ ରକ୍ଷକ। ପିଲାମାନେ କିପରି ଜନ୍ମ ହୁଅନ୍ତି ନା କାହିଁକି, କିନ୍ତୁ ଜଣେ ମା କେବେ କରେନାହଁ କୁମାଟା ହୋଇପାରିବେ ନାହିଁ | ଜଣେ ମା ନିଜ ପିଲାକୁ ଦୁନିଆର ସମସ୍ତ ଅସୁବିଧାରୁ ରକ୍ଷା କରନ୍ତି,ଯଦିସହି ମା କୂଳରେ ତାରପିଲା ଜୀବନ ହରେଇଲା ତାହଲେ ମା ର କଣହବ |ଦଇବ ଦେଲା ଦାରୁଣ ଦୁଃଖ.ତିନି ବର୍ଷର ପୁଅ ପୋଖରୀରେ ବୁଡି ଜୀବନ ହରେଇଲା ସେପଟେ ତା ଗର୍ଭବତୀ ମା ର ଗର୍ଭ ଯନ୍ତ୍ରଣା ଆରଂଭ ହେଲା |ଡେରାବିଶ ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଇନ୍ଦାଳ ପଞ୍ଚାୟତ ର ବାରଗୋଡ଼ିଆ ଗ୍ରାମ ରେ ଘଟିଛି ଏଭଳି ଘଟଣା. ବାରଗୋଡ଼ିଆ ହରିଜନ ସାହି ର ସଂଜୟ ମଲ୍ଲିକ ଙ୍କ ତିନି ବର୍ଷର ପୁଅ ବିକି ମଲ୍ଲିକ ଆଜି ଖେଳୁଥିବା ସମୟରେ ଏକ ବିଲେଇ କୁ ଘଉଡେଇବା ସମୟରେ ଘର ପଛପଟ ପୋଖରୀ ରେ ବୁଡ଼ିଯାଇଥିଲା. ଘର ଲୋକ ଖୋଜା ଖୋଜି କରି ଦୀର୍ଘ ସମୟ ପରେ ପୋଖରୀରେ ବିକି ଭାସୁଥିବା ଅବସ୍ଥା ରେ ଉଦ୍ଧାର କରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯାଇଥିଲେ. ସେଠାର ଡାକ୍ତର ଛୁଆ କୁ ମୃତ ଘୋଷଣା କଲେ |
ମୃତ ବିକି ମଲ୍ଲିକ ର ମା ସ୍ବପ୍ନା ମଲ୍ଲିକ ୯ ମାସ ର ଗର୍ଭବତୀ ଥିଲେ |ପୁଅ ର ମୃତୁ ଖବର ପାଇ ତାଙ୍କର ମଧ୍ୟ ଗର୍ଭକଷ୍ଟ(ପ୍ରସବ ଯନ୍ତ୍ରଣା) ଆରଂଭ ହୋଇଥିଲା. ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲସନ ଯୋଗେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି |ଆଜି ଯେଉଁ ମେଡିକାଲ ରେ ତିନି ବର୍ଷୀୟ ପୁଅ ର ଶବ ବ୍ୟବଛେଦ ହେବ ସେହି ଠାରେ ପ୍ରସବ ଯନ୍ତ୍ରଣା ପାଇଁ ଭର୍ତି ହେଲେ ମା |ବଡ଼ ପୁଅ କୁ ହରେଇଲେ | ମା ର ଗୋଟାଏ ମମତା ଚାଲିଗଲା. ଆଉ ଏକ ମମତା ଦୁନିଆ କୁ ଆସିବା କୁ ଆପେକ୍ଷା |ମା ଜୀବନ ର ସବୁଠୁ ଏକଥନୀୟ ଦୁଃଖ ଭୋଗୁଛନ୍ତି ସ୍ୱପ୍ନା ମଲିକ |