୫ ମାସ ପରେବି ପତ୍ତା ମିଳୁନାହିଁ ନିଖୋଜ ଖାସିରାମ ବିନ୍ଧାଣୀ

ଫୋକସ ପ୍ଲସ 4/10/22(ଢେଙ୍କାନାଳ):  ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ କଣ୍ଟା ବଣିଆ ଥାନା ଅଧିନସ୍ଥ ୫୫ନଂ ଜାତୀୟ ରାଜପଥର ଓଭର ବ୍ରିଜ୍‌ ତଳେ ଏକ ହାଟିଙ୍ଗରେ ଦୀନବନ୍ଧୁ ବିନ୍ଧାଣୀଙ୍କ ପରିବାର ରହୁଥିଲେ। ସୂଦର ମୟୂରଭଞ୍ଜ ଜିଲ୍ଲା ବାଙ୍ଗୀର ପୋଷି ଥାନା ଅନ୍ତର୍ଗତ ଜଳଡିହା ଗାଁରୁ ଆସି ସ୍ଥାନୀୟ ଟାଟା ଷ୍ଟିଲ କଳ କାରଖାନାରେ ଦୀନ ମଜୁରିଆ ଭାବେ କାମ କରି ନିଜର ପରିବାର ପ୍ରତି ପୋଷଣ କରୁଛନ୍ତି। ଗତ ୦୨-୦୫-୨୦୨୨ ରିଖ ସକାଳ ୧୧ ଘଟିକା ସମୟରେ ଦୀନବନ୍ଧୁ ବିନ୍ଧାଣୀଙ୍କ ୨ୟ ପୁତ୍ର ଘାସିରାମ ବିନ୍ଧାଣୀ କିଛି ଦୂରରେ ଥିବା ଏକ ପୋଖରିକୁ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ଯାଇ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ଘରକୁ ନଫେରିବା ପରେ ଦୀନବନ୍ଧୁଙ୍କ ପରିବାର ଚାରିଆଡେ ଖୋଜା ଖୋଜି କରି ନିରାଶ ହେଲେ ।
ଏହାପରେ ଗତ ତା-୦୩-୦୫-୨୦୨୨ ରିଖ ଦିନ କଣ୍ଟା ବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୨ ମାସ ପରେ କୈଣସି ସୁଫଳ ନ ମିଳିବାରୁ ପୁଣି କଣ୍ଟା ବଣିଆ ଥାନାରେ ଗତ ତା-୧୮-୦୭-୨୦୨୨ ରିଖ ଦିନ ଲିଖିତ ଅଭିଯୋଗ କଲେ ଯେ ପୋଖରିକୁ ଗାଧୋଇ ବାକୁ ଯାଇଥିବା ସାଙ୍ଗ ମାନଙ୍କ ନାମରେ। ଏହା ପରେ ଢେଙ୍କାନାଳ ଏସିପି ଅଫିସ୍‌ରେ ଲିଖିତ ଆଭିଯୋଗ କରି ଜଣାଇ ଥିଲେ ଯେ ଆଇ ଆଇ ସି ସବିତା ମାଡାମ ଆମ୍ଭ ପ୍ରତି ଖରାପ ବ୍ୟବହାର କରୁଛନ୍ତି ଓ ଆମ୍ଭ କେସର ତଦନ୍ତ ଠିକ୍ ଭାବରେ କରୁ ନାହାଁନ୍ତି।
ଏହା ଜାଣିବା ପରେ ଦୀନବନ୍ଧୁଙ୍କ ପରିବାର ସଦସ୍ୟ ମାନଙ୍କର ପ୍ରତିକ୍ରିୟା ରଖିଥିଲୁ ଏବଂ ଆଇ ଆଇ ସି ସବିତା ପାତ୍ର ମାଡ଼ାମ ଙ୍କ ପ୍ରତିକ୍ରିୟା ମାଗିଥିଲୁ, କିନ୍ତୁ ସେ କହିଲେ ନିଖୋଜ ଘାସିରାମ ଧରୁଥିବା ମୋବାଇଲ ନମ୍ବର ସିଡିଆର ମଗାଇ କରି ତଦନ୍ତ ଆମ୍ଭେ ଜାରି ରଖିଛୁ।
ଦେଖିବାକୁ ବାକି ରହିଲା କେବେ ଏ ଗରିବ ପରିବାର ଉପରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡ଼ୁଛି ଏବଂ କେବେ ନ୍ୟାୟ ମିଳୁଛି।

ଓଡା ପଡ଼ାରୁ ସୁମିତ୍ରା ଭୂତିଆ ଫୋକସ୍ ପ୍ଲସ୍‌ ଓଡିଶା

Leave a Reply

Your email address will not be published. Required fields are marked *