ଫୋକସ ପ୍ଲସ(କେନ୍ଦୁଝର): ନିଯୁକ୍ତି ଦାବୀ ରେ ଆଜି କେନ୍ଦୁଝର ଜିଲ୍ଲାର ପଳାସପଙ୍ଗା ସ୍ଥିତ ଓଡିଶା ସ୍ପଞ୍ଜ ଲୁହା କାରଖାନା ସମ୍ମୁଖରେ ଗ୍ରାମବାସୀ ମାନେ ଧାରଣାରେ ବସିଛନ୍ତି | ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଦାବୀରେ ପୂର୍ବ ନିଷ୍ପତି କ୍ରମେ କେନ୍ଦୁଝର ଜିଲ୍ଲା ସଦର ବ୍ଲକ, କାନ୍ଦରାପସି, ରାଇକଳା ଇତ୍ୟାଦି ପଂଚାୟତ ର ଶତାଧିକ ଲୋକ କାରଖାନା ଆଗରେ ଧାରଣା ରେ ବସିଛନ୍ତି l ଦାବୀ ପୂରଣ ନହେବାଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରି ମାନେ ସୂଚନା ଦେଇଛନ୍ତି | ବହୁବର୍ଷ ହେବ ବନ୍ଦଥିବା ଥିବା ଉକ୍ତ କାରଖାନା ଚାଲୁହୋଇଥିଲେ ହେଁ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ମେଳିପାରୁନି |
ଓ ସ୍ଥାନୀୟ ଲୋକଙ୍କ ଗୁରୁତ୍ୱ ନଦେଇ ବାହାର ଅଞ୍ଚଳର ଲୋକଙ୍କୁ ଅଧିକ ଗୁରୁତ୍ବ ଦେଉଥିବା ଅଭିଯୋଗ ହୋଇଆସୁଛି ଆଣିଛନ୍ତି ସ୍ଥାନୀୟ ଲୋକଙ୍କ | ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ ଜଣାଉଥିଲେ ହେଁ ପ୍ରଶାସନ ଶୁଣି ନସୁଣିଲା ଭଳିରହୁଛି |ସମାଧାନ ନହେବାରୁ ଏଭଳି ପଦକ୍ଷେପ ଗ୍ରହଣକରିଛନ୍ତି ସ୍ଥାନୀୟ ଲୋକ | ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରି ନିଷ୍ପତ୍ତି ନେଇଥିବା ଜଣାପଡିଛି |
କେନ୍ଦୁଝରରୁ ମଦନ ମୋହନ ବିଶ୍ୱାଳ ଙ୍କ ରିପୋର୍ଟ
