ଫୋକସ ପ୍ଲସ(ଗଜପତି): ମୌଳିକ ସୁବିଧାରୁ ବିଞ୍ଚିତ ଗୁମ୍ମା ବ୍ଲକର କଣ୍ଡେଇସିଂ ଗ୍ରାମବାସୀ । ଏ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇ ଭଲ ରାସ୍ତାଟିଏ ନାହିଁ କି ଭଲ ଶିକ୍ଷାର ବ୍ୟବସ୍ଥା ମଧ୍ୟ ନାହିଁ ।ଓଡ଼ିଶା ସରକାର ଲୋକଙ୍କ ପାଇଁ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି |ଗଜପତି ଜିଲ୍ଲା ପ୍ରଶାସନଙ୍କ ଅବହେଳା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ବୋଲି ଲୋକେ ଅଭିଯାଗ କରୁଛନ୍ତି |ଯାହାକି ସ୍କୁଲ୍, କଲେଜ, ମେଡିକାଲ, କର୍ମକ୍ଷେତ୍ରକୁ ଯିବା ଆସିବା ପାଇଁ ହଇରାଣ ହେଉଛନ୍ତି |ଗୁରୁତର ରୋଗୀମାନଙ୍କ ପାଇଁ ମଧ୍ୟ 108 ଏବଂ 102 ଭଳି ଆବଶ୍ୟକ ଆମ୍ବୁଲାନ୍ସ ବି ଅଞ୍ଚଳକୁ ପହଞ୍ଚି ପାରୁନାହିଁ ।
ଇଲେକ୍ସନ ସମୟରେ ବିଭିନ୍ନ ରାଜନୀତି ଦଳର ନେତା, MLA ଅଞ୍ଚଳକୁ ଆସି ମିଠାମିଠା କଥା କୋହି ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ଜିତିଲା ପରେ ସେମାନଙ୍କ ପ୍ରତିଶ୍ରୁତି ଭୁଲି ଯାଉଛନ୍ତି |ରାସ୍ତା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଅନେକଥର ନିବେଦନ କରିଥିଲେବି ଜିଲ୍ଲା ପ୍ରଶାସନ ଘୋର ନିଦ୍ରାରେ ଶୋଇ ରହିଛନ୍ତି ।ଯଦି ସରକାର ଏ ଅଞ୍ଚଳର ଉନ୍ନତି ପାଇଁ କୌଣସି ପଦକ୍ଷେପ ନ ନେବେ ତାହେଲେ ଆଗାମୀ ଇଲେକ୍ସନରେ ଅଞ୍ଚଳବାସୀ ତାର ଜବାବ ଦେବେ ଏବଂ ଭୋଟ ବର୍ଜନ କରିବେ |ଦରକାର ପଡିଲେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦଳନ କରିବେ ବଲି ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଜଣେଇଛନ୍ତି।
ଗଜପତି ଜିଲ୍ଲାରୁ ସୁଶାନ୍ତ ପ୍ରଧାନଙ୍କ ରିପୋର୍ଟ