ଫୋକସ ପ୍ଲସ(କେନ୍ଦ୍ରାପଡ଼ା): ମୁଁ ବି ପାଠ ପଢ଼ିବି |ମୁଁ ଖେଳିବି |ମୁଁ ମଧ୍ୟ ମଣିଷ ହେବି |ମୋ ପାଖେ ଦୃଢ଼ ଇଚ୍ଛା ଶକ୍ତି ଅଛି |ମୋ ମନ ବହୁତ ଚଳ ଚଞ୍ଚଳ |ମୁଁ ଜାଣିଛି ମୁଁ ହାରିବିନି |ତଥାପି ଏ ସବୁ ସମ୍ଭବ କେମିତି ହେବ ?ମୁଁ ତ ଜନ୍ମରୁ ରୋଗି |ମୋତେ ରୋଗି ସଜେଇ ଦେଇଛନ୍ତି ଭଗବାନ |ହେଲେ କଣ ବା ମୁଁ କରିପାରିବି |ମୋର ବାପା ମାଆ ବି ଗରିବ ମୋର ଚିକିତ୍ସା ପାଇଁ ଏତେ ଅର୍ଥ କେଉଁଠୁ ଆଣିବେ ?
ଆଜ୍ଞା ହଁ, ଏ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପଦ୍ମପୁର ପଂଚାୟତର ମହମୁଦା ଗ୍ରାମର ସାଇରମ ସ୍ୱାଇଁ ବୟସ ୫ ବର୍ଷ |ଆମ ଫୋକସ ପ୍ଲସ ର ପ୍ରତିନିଧି ସତ୍ୟଜିତ ତ୍ରିପାଠୀ ନିୟୁଜ ସଂଗ୍ରହ କରିବାକୁ ଯାଉଥିବା ସମୟରେ ନଜର ପଡିଥିଲା ଏହି କୁନି ପିଲାଟି ଉପରେ |ଆଉ ଯାହା ଦେଖିଲେ ତାହା ବାସ୍ତବ ଭାଷାରେ କହି ହେବନାହିଁ |କୁନି ସାଇରମକୁ କାଖରେ ଧରି ବାପା ଶଶିକାନ୍ତ ସ୍ୱାଇଁ ଓ ମା ସୋନି ସ୍ୱାଇଁ ବୁଲୁଥିଲେ ଗାଁ ରାସ୍ତାରେ lପିଲାଟିର ଏଭଳି ଅବସ୍ଥା ଦେଖି ପାଖକୁ ଯାଇ ଆମେ ପଚରାଉଚରା କରିଥିଲୁ |ଯାହା ଶୁଣିଲୁ ଆମ ଆଖିରୁ ଲୁହ ବାହାରି ଆସିଲା |
ସାଇରମ ପାଟକୁରା ମେଡିକାଲରେ ଜନ୍ମ ହେବାର କିଛି ସମୟ ପରେ ନୀଳ ପଡିଗଲେ l ସଙ୍ଗେସଙ୍ଗେ ସାଇରମକୁ କଟକ ଶିଶୁ ଭବନରେ ଭର୍ତ୍ତି କରାଗଲା l ଏହାପରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଡାକ୍ତରମାନେ ପିଲାଟିର ହୃଦରୋଗ ସମସ୍ୟା ଥିବା ଜାଣିବାକୁ ପାଇଲେ lଧୀରେଧୀରେ ସାଇରାମ ବଡ଼ ହେବାକୁ ଲାଗିଲେ |ଚିକିତ୍ସା ପାଇଁ ପ୍ରତ୍ୟୋକ ମାସରେ ସାତରୁ ଆଠ ହଜାର ଟଙ୍କାର ଔଷଧ ଆବଶ୍ୟକ ପଡେ lସାଇରlମ ବାପା ଜଣେ ଦିନ ମଜୁରିଆ ଏବଂ ମା ଜଣେ ଗୃହିଣୀ l
ଭଗବାନଙ୍କ ପାଖରେ କେତେ ଗୁହାରି କରି ପୁଅଟିଏ ମାଗିଥିଲେ |ପୁଅଟିଏ ମଧ୍ୟ ଦେଲେ |ହେଲେ ଭାଗ୍ୟର ବିଡମ୍ବନା ପୁଅଟି ଜନ୍ମରୁ ରୋଗଗ୍ରସ୍ତ |ଏପଟେ ଦିନମଜୁରିଆର ବା ରୋଜଗାର କେତେ ଦିନେ କାମକୁ ଗଲେ ଦୁଇଦିନ ଘରେ ବସିବାକୁ ପଡୁଛି |ପୁଅର ଚିକିତ୍ସା ପାଇଁ ଅଟେ ତାଙ୍କ ଆଣିବେ କେଉଁଠୁ ?ଏପଟେ ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବ କେମିତି ତେଲ ଲୁଣ ସଂସାରରେ ବୋଝ ଉପରେ ପୁଣି ନଳିତା ବିଡା ସଦୃଶ୍ୟ |ପୁଅଟି ପାଇଁ କେତେ ରାତି ଉଜାଗର ରହି ଗୁହାରି କରିଛନ୍ତି ଏହା କଣ ତାହାର ଫଳ,ନିରୀହ ଶିଶୁଟି କେମିତି ବଞ୍ଚିବ |ହାର୍ଟରେ ଦୁଇଟି କଣା ହୋଇଥିବା ବେଳେ, ହାର୍ନିଆ ସମସ୍ୟା ସହିତ ହିମୋଗ୍ଲୋବିନର ମଧ୍ୟ ସମସ୍ୟା ରହିଛି l ଦୀର୍ଘ ପାଞ୍ଚ ବର୍ଷ ହେବ ଧାର ଉଦ୍ଧାର କରି ପାଖାପାଖି ଦଶଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ସାରିଲେଣି l କଲିକତାରେ ମଧ୍ୟ ସାଇରମର ଚାମ୍ବର ଅପରେସନ କରିଛନ୍ତି l ବର୍ତମାନ ଡାକ୍ତରଙ୍କର କହିବା କଥା ପିଲାଟିର ଚିକିତ୍ସା ବାଙ୍ଗାଲୋରର ନାରାୟଣ ହୁଦ୍ରାଳୟରେ କରାଯିବ lସେଥିପାଇଁ କୋଡିଏ ଲକ୍ଷ ଟଙ୍କା ଖର୍ଚ୍ଚ ହେବ lଏହା ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ମା ଓ ପରିବାର l କେତେଯେ ଯନ୍ତ୍ରଣାରେ ଛଟପଟ ହେଉଛି ଏହି ଛୋଟ ଛୁଆଟି |ତେଣୁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ ଏହି ନିରୀହ ନିଷ୍ପାପ ଛୋଟ ପିଲାଟି ପାଇଁ ସାହାଯ୍ୟର ହାତ ବଢ଼ାନ୍ତୁ ତେବେ ସାହାଯ୍ୟରେ ପିଲାଟିର ଜୀବନ ବଞ୍ଚିଯାଇ ପାରିବ l ଅନ୍ୟ କେହି ବଦାନ୍ୟ ବ୍ୟକ୍ତି ଯଦି ସାହାଯ୍ୟ କରିବାକୁ ଚାହୁଁଥିବେ ତେବେ 9337290187 ଏହି ଫୋନ ପେ ନମ୍ବର ମାଧ୍ୟମରେ ସାହାଯ୍ୟ କରିପାରିବେ |
କେନ୍ଦ୍ରାପଡ଼ା ରୁ ସତ୍ୟଜିତ ତ୍ରିପାଠୀ ଙ୍କ ରିପୋର୍ଟ