ବିଭାଗୀୟ ଅଧିକାରୀଙ୍କ ଅବେହେଳା, ୫ମାସ ହେଲା ମିଳୁନି ଭତ୍ତା

ଫୋକସ ପ୍ଲସ(ଭଦ୍ରକ): ଆମେ ଗରିବ ଲୋକ |ସରକାର ଆମକୁ ଭତ୍ତା ଦେଉଥିଲେ କିଛି ମାତ୍ରାରେ ଆମ ଚଳିବାରେ ସହାୟକ ହେଉଥିଲା |ଦେହ ଅସୁସ୍ଥ ଭତ୍ତା ଟଙ୍କାରେ ଔଷଧ କିଣି ଖାଉଥିଲି ହେଲେ ଆଜକୁ ୫ମାସ ହେବ ଆମକୁ ଭତ୍ତା ମିଳୁନି |ଆମେ କାହାକୁ କହିବୁ ?ଶୁଣିବ କିଏ ?ବୟସର ଅପରାହ୍ନରେ ପହଞ୍ଚି ସାରିଲୁଣି |କଥା କହିବା ପାଇଁ ବି ଜୋହର ପାଉନି |ଏଇ ଦୁଃଖ କଷ୍ଟ ଆଉ ସହି ହଉନି |

ହଁ ଆଜ୍ଞା, ଏମିତି କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି, ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଞ୍ଚଳର ବୃଦ୍ଧ, ବିକଳାଙ୍ଗ ଓ ବିଧବା |ସରକାର ଆମକୁ ୫୦୦ ଟଙ୍କା ଦେଉଥିଲେ |ଆମେ ଔଷଧ କିଣି ଖାଉଥିଲୁ ଆଜକୁ ୫ ମାସ ହେବ ବନ୍ଦ ହୋଇଗଲାଣି |ଆମକୁ ଆମ ସରପଞ୍ଚ କହିଲେ ତୁମ ବ୍ୟାଙ୍କ ଖାତାକୁ ପଇସା ଯିବ ହେଲେ ବାରମ୍ବାର ଆମେ ବ୍ୟାଙ୍କ ଖାତା ଦେଖୁଛୁ କିନ୍ତୁ ଫଳ ଶୂନ |ଆମେ ପଂଚାୟତରେ ପଚାରିଲେ କହୁଛନ୍ତି, ଆମେ କଣ କରିବୁ ତୁମ ଭତ୍ତା DBT ମାଧ୍ୟମରେ ତୁମ ଖାତାକୁ ଜିବ ତାହେଲେ ସରକାରଙ୍କ ଏହି ବ୍ୟାଙ୍କକୁ ଭତ୍ତା ଯିବା ନିୟମ କଣ ଭୁଲ ହୋଇଗଲାକି ?ବାରମ୍ବାର ସରକାର ଆମକୁ ଏମିତି ସବୁ କଥାରେ ଅସୁବିଧାରେ ପକାଉଛନ୍ତି କାହିଁକି ଆମ ବୟସ ହୋଇ ଗଲା ବୋଲି କଣ ଆମେ କିଛି କରି ପାରିବୁ ନାହୁଁ,ବୋଲି ଏମିତି କରୁଛନ୍ତି କି ?ସରକାର ଆମକୁ ଏମିତି ଅବେହେଳା କରିବାର କାରଣ କଣ ହେଇ ପାରେ, ତେବେ ଏହି ଘଟଣା ଜଣା ପଡିବା ପାରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

ଭଦ୍ରକରୁ ସଂଜୀବ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *