ଦ୍ରୌପଦୀଙ୍କ ଦୁଃଖ

ଫୋକସ ପ୍ଲସ(କନ୍ଦୁଝର): ମୁଣ୍ଡ କାମ କରୁନି |କଣ ଗପୁଛି କଣ କରୁଛି ନିଜେ ବି ଜାଣିପାରୁନି |ମାନସିକ ବିକୃତ ଏହି ମହିଳା ଦିନେ ସାଧାରଣ ଜୀବନ ବଞ୍ଚୁଥିଲେ ହେଲେ ଭାଗ୍ୟ ଦାଉସାଧିଲା |ମାନସିକ ବିକୃତ କରି ଗୋଟିଏ ଘରେ ବନ୍ଦୀ କରିଦେଲା |ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମ ପଞ୍ଚାୟତ ସନାତନ ମହାରଣାଙ୍କ ୩୦ ବର୍ଷର ଝିଅ ଦ୍ରୌପଦୀ ମହାରଣା |ଦୁଇ ପୁଅରେ ଗୋଟିଏ ଝିଅ ବୋଲି ଛୋଟ ବେଳୁ ଗେଲ୍ହା ରେ ବଢାଇଥିଲେ ବାପା ମଆ | ପ୍ରାପ୍ତ ବୟସରେ ୨୦୧୭ ମସିହାରେ ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ ମଧ୍ୟ କରି ଦେଇଥିଲେ |ହେଲେ ଦଇବ ସହିଲା ନାହିଁ, ବିବାହର ମାତ୍ର ୨ ମାସ ପରେ ମାନସିକ ବିକୃତିର ଶିକାର ହେଲେ ଦ୍ରୌପଦୀ |ପରେ ଶାଶୂଘର ଲୋକେ ବାପା ଘରେ ଆଣି ଛାଡି ଦେଇଗଲେ |ସେବେଠାରୁ ଗୋଟିଏ ବନ୍ଦ କୋଠରୀରେ ଆବଦ୍ଧ ହୋଇ ରହିଛି ଦ୍ରୌପଦୀ |

ତେବେ ଆମ ଫୋକସ ପ୍ଲସ୍ ର ସୁକିନ୍ଦା ଦାନଗଦୀ ବ୍ଲକର ପ୍ରତିନିଧି କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚି ରାଜ୍ଯରେ ଥିବା ଆଶ୍ରା ସଂସ୍ଥାକୁ ଯୋଗାଯୋଗ କରିଥିଲେ। ଏବଂ ଦ୍ରୌପଦୀଙ୍କ ବିଷୟରେ ଜଣାଇଥିଲେ |ଉକ୍ତ ସଂସ୍ଥା ଦ୍ରୌପଦୀଙ୍କ ଅଧିକ ଚିକିତ୍ସା ଲାଗି ସେଠାରେ ପହଞ୍ଚିଥିଲେ |

ସୁକିନ୍ଦା ଦାନଗଦୀରୁ ପଦ୍ମନାଭ ପହିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *