ପର ସ୍ତ୍ରୀ ସହିତ ସମ୍ପର୍କ ପଡିଲା ମାହାଙ୍ଗା

ଫୋକସ ପ୍ଲସ(ଉଦଳା): ପ୍ରଥମେ ସୋସିଆଲ ମିଡ଼ିଆ ଫେସବୁକରେ ହେଲା ଦୋସ୍ତି |ଚାଲିଲା ଚାଟିଙ୍ଗ, ପରେ ପ୍ରେମରେ ପରିଣତ ହେଲା ସମ୍ପର୍କ , ଆରମ୍ଭ ହେଇଗଲା ପ୍ରେମିକ ଓ ପ୍ରେମିକାର ଲୁଚାଛପା ମିଳନ | ତେବେ ପ୍ରେମିକା ଜଣକ ପୂର୍ବରୁ ବିବାହିତା | ତାଙ୍କର ସ୍ୱାମୀ ଏବଂ ନାବାଳିକା ଝିଅ ମଧ୍ୟ ରହିଛନ୍ତି | ପ୍ରଥମ ସ୍ୱାମୀଙ୍କ ସହିତ ମଧ୍ୟ ପ୍ରେମ ବିବାହ ହୋଇଥିଲା |ହେଲେ ଫୁଣି ଥରେ ପ୍ରେମରେ ପଡିଗଲେ ବିବାହିତା ମହିଳା ଜଣକ ଆଉ ଭୁଲିଗଲେ ନିଜର ବିବେକ ଜ୍ଞାନ ଜନ୍ମ କଲା ନିଜର ୧୧ ବର୍ଷର ଝିଅ ଓ ସ୍ୱାମୀଙ୍କୁ ପରା କରି ପ୍ରେମିକ ସହ ଫେରାର ହୋଇଗଲେ | ଉଭୟ ପ୍ରେମୀ ଯୁଗଳ ଦୁହେଁ ଏକା ସହ ସାଙ୍ଗ ହୋଇ ସ୍ୱମୀ ସ୍ତ୍ରୀ ହୋଇ କିଛି ମାସ ରହିବା ପରେ ଆରମ୍ଭ ହେଲା ଦୁହିଁଙ୍କ ମଧ୍ୟରେ ବିଶୃଙ୍ଖଳା |

ଝଗଡା ଯାଇ ପହଞ୍ଚିଲା ଥାନାରେ, ତେବେ ପୂର୍ବରୁ ପ୍ରଥମ ସ୍ୱlମୀ ସ୍ତ୍ରୀ ଫେରାର ହେବା ପରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ |ମାତ୍ର ସ୍ତ୍ରୀ ନିଜ ଆଡୁ ତାଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିବା ପ୍ରକାଶ କରିଥିଲେ |ଘଟଣାଟି କୋର୍ଟ ରେ ଥିବା ବେଳେ ଦ୍ୱିତୀୟ ସ୍ୱାମୀ ସହ ଝଗଡା କରି ମହିଳା ଜଣକ ନିଜ ଝିଅକୁ ଧରି ବାପଘରେ ରହୁଥିବା ଦ୍ୱିତୀୟ ସ୍ୱlମୀ ଓ ପ୍ରଥମ ସ୍ୱାମୀ ଙ୍କ ନାମରେ ଥାନାରେ ଆଣିଛନ୍ତି ବଳାତ୍କାର ଅଭିଯୋଗ |

ଘଟଣାଟି କୌଣସି ଫିଲ୍ମ ଷ୍ଟୋରୀ ଠାରୁ କମ ନୁହେଁ | ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଉଦଳା ଥାନା ଅଞ୍ଚଳରେ, ଫେସବୁକରେ ପ୍ରେମ ଆରମ୍ଭ କରି ଫସିଛନ୍ତି ପୂର୍ବରୁ ଉଦଳା ଅଗ୍ନିଶମ ବିଭାଗର କାର୍ଯ୍ୟ କରୁଥିବା ଜଣେ କାର୍ଯ୍ୟରତ କର୍ମଚାରୀ ସମୀର ବେହେରା |ଯେକି ଏବେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଗ୍ନିଶମ ବିଭାଗରେ ଫାୟାର ମ୍ୟାନ ଭାବେ କାର୍ଯ୍ୟରତ ଅଛନ୍ତି |ନିକଟସ୍ଥ ବୈରାଟପୁର ଗ୍ରାମର ନିବେଦିତା ତ୍ରିପାଠୀଙ୍କ ସହିତ ଫେସବୁକ ମଧ୍ୟମରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା |ନିବେଦିତା ୨୦୧୦ ମସିହାରେ ପ୍ରଫୁଲ୍ଲଚନ୍ଦ୍ରପୁର ଗ୍ରାମର ମୀନକେତନ ପଣ୍ଡା ଙ୍କୁ ପ୍ରେମ ବିବାହ କରିଥିବା ବେଳେ ଉଭୟଙ୍କର ୧୧ ବର୍ଷର ଝିଅ ମଧ୍ୟ ଅଛି | ଏହା ସତ୍ତ୍ୱେ ନିବେଦିତା ସମୀରଙ୍କୁ ଗତ ଜୁନ୍ 5 ତାରିଖ ରେ ଉଦଳା କୋର୍ଟରେ ନୋଟାରୀ ବିବାହ କରିଥିଲେ | ଉକ୍ତ ବିବାହ ରେ ଜଣେ ମହୁରର ଏବଂ ରାଢୋ ଅଞ୍ଚଳ ର ସରୋଜ କୁମାର ପଣ୍ଡା ସାକ୍ଷୀ ରହିଥିବାର ନିବେଦିତା ପ୍ରକାଶ କହିଛନ୍ତି |

ଦ୍ୱିତୀୟ ବିବାହ ପରେ ସମୀର ଯଶିପୁରକୁ ବଦଳି ହୋଇଯାଇଥିବାରୁ ନିବେଦିତାଙ୍କୁ ସେଠାକୁ ନେଇ ଯାଇଥିଲେ |ତେବେ ସେଠାକୁ ଯିବାର କିଛି ଦିନ ପରେ ସମୀର ଶାରୀରିକ ଏବଂ ମାନସିକ ନିର୍ଯ୍ଯାତନା ଦେବା ଆରମ୍ଭ କରିବାରୁ ନିବେଦିତା ସେଠାରୁ ପଳାଇ ଆସିଥିବାର ପ୍ରକାଶ କରିଛନ୍ତି | ଏହା ପରେ ଉଭୟଙ୍କ ପରିବାର ଲୋକ ଉପସ୍ଥିତିରେ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଏହା ସମ୍ଭବ ନହେବାରୁ ଏ ନେଇ ନିବେଦିତା ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି | ଏମିତିକି ପ୍ରଥମ ସ୍ୱାମୀ ତାଙ୍କୁ ଧମକ ଦେଇ ସମୀରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ଯ କରିବା ସହିତ ଜୋର ଜବରଦସ୍ତ ବିବାହ କରାଇ ଦେଇଥିବାର ଥାନାରେ କରିଛନ୍ତି ଅଭିଯୋଗ |ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନିବେଦିତାଙ୍କ ପ୍ରଥମ ସ୍ୱାମୀ ମୀନକେତନ ପଣ୍ଡା | ୨ ବର୍ଷ ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କ କଥା ଜାଣିବା ପରେ ସେ ନିଜେ ଦୂରେଇ ଯାଇଥିବାର କହିଛନ୍ତି |ଏମିତିକି ନିବେଦିତା ନିଜ ପଟୁ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିବାର ଶ୍ରୀ ପଣ୍ଡା କହିଛନ୍ତି | ତେବେ ପ୍ରଥମ ପର୍ଯ୍ୟାୟରେ ଥାନାରେ ମାମଲା ରୁଜୁ ହୋଇନଥିବା ନିବେଦିତା ପ୍ରକାଶ କରିଥିବା ବେଳେ ସମୀରଙ୍କୁ ଉଦଳା ପୋଲିସ ଅଟକ ରଖି ଘଟଣାର ପଚରା ଉଚରା ଜାରି ରଖିଛି l ଘଟଣାଟି ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଫେସବୁକ ପ୍ରେମ ଦମକଳ ବିଭାଗରେ କାର୍ଯ୍ୟରତ ସମୀରଙ୍କୁ ମାହାଙ୍ଗା ପଡିଲା ବୋଲି ଆଲୋଚନା ହେଉଛି l

 

ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *