ଝରକା ଭାଙ୍ଗି ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ

ଫୋକସ ପ୍ଳସ(ବସ୍ତା): ବସ୍ତା ଥାନା ମୁକୁଲିସି ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଗତ କାଲି ରାତିରେ କିଛି ଦୁର୍ବୁତ୍ତ କଳା କନା ବୁଲାଇଛନ୍ତି ।ବ୍ୟାଙ୍କର ଝରକା ଭାଙ୍ଗି ଦୂର୍ବୂର୍ତ୍ତ ମାନେ ଭିତରେ ପସି ଲୁଟି ନେଇଛନ୍ତି ଟଙ୍କା ।ତେବେ କେତେ ଟଙ୍କା ଲୁଟ ହୋଇଛି ଏପର୍ଯ୍ୟନ୍ତ ସଠିକ ଜଣା ପଡ଼ିନାଁହି। ଘଟଣାର ପୋଲିସ ତଦନ୍ତ ଜାରି ରଖିଛନ୍ତି। ତେବେ ସବୁଠୁ ରୋଚକ ବିଷୟ ହେଲା ଉକ୍ତ ବ୍ୟାଙ୍କଟି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ନିଜ ଘରେ ଚାଲିଥିଲା।ଗତ କିଛି ଦିନ ଧରି ବିଧାୟକଙ୍କୁ ସୁପାରି କିଲର ହତ୍ୟା ପାଇଁ ଧମକ ଦେଇ ଥିଲେ। ବିଧାୟକଙ୍କ ଘରେ ଅନେକ ସ୍ଥାନରେ ସିସିଟିଭି ଲାଗିଛି। ମୁଖ୍ୟ ରାସ୍ତା କଡ଼ରେ ପୋଲିସ ପେଟ୍ରୋଲିଂ ଚାଲିଛି |ପୋଲିସର ପାରିବା ପଣିଆ ଊପରେ ଉଠିଛି ପ୍ରଶ୍ନବାଚୀ? ଏଠାରେ ସୂଚନା ଥାଉକି ଗତ ଦୁଇମାସ ଭିତରେ ବସ୍ତା ଥାନା ଅଞ୍ଚଳରେ ଦୁଇଟି ବ୍ୟାଙ୍କ ଲୁଟ ହେବା ସହିତ ଆଇନ ଶ୍ରୁଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି |

 

ବସ୍ତାରୁ ଚାନସେଲର ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *