ମହାବିଦ୍ୟାଳୟ ନୂତନ ଏକାଡମୀ ବିଲ୍‌ଡିଙ୍ଗ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ଫୋକସ ପ୍ଲସ(ଚୌଦ୍ୱାର): ଚୌଦ୍ୱର ମହାବିଦ୍ୟାଳୟ ନୂତନ ଏକାଡମୀ ବିଲ୍‌ଡିଂର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍ ପୂଜାରୀ ଯୋଗ ଦେଇ ଏହି କାର୍ଯ୍ୟକୁ ଶୁଭରାମ୍ଭ କରିଛନ୍ତି । ତାଙ୍କ ସହିତ ଅତିଥି ଭାବେ ଚୌଦ୍ୱାର-କଟକ ଯୁବ ବିଧାୟକ ସୋଭିକ ରଞ୍ଜନ ବିଶ୍ୱାଳ, ପୌରାଧକ୍ଷ୍ୟ ମାନସୀ ସ୍ୱାଣ୍ଣପ୍ରଭା ସାମଲ, କଲେଜ ଅଧକ୍ଷ୍ୟ ଉମେଶ ଚନ୍ଦ୍ର ଦେବତା ଓ ଆରଆଣ୍ଡବି ଅଧିକ୍ଷକ ପ୍ରଦିପ କୁମାର ମହାନ୍ତି ଉପସ୍ଥିତ ରହି କଲେଜ ପରିସରରେ ଏକ ସାଧାରଣ ଶଭା ଅନୁଷ୍ଠିତ କରାଯାଇଥିଲା । ୩ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ଦ୍ୱାରା ଏହି ବିଲିଡିଂର କାମଟି କରାଯିବ । ଆସନ୍ତା ବର୍ଷ ଜୁନ ସୁଧା ଏହି କାର୍ଯ୍ୟକୁ ଶେଷ କରାଯିବ । ମନ୍ତ୍ରୀଙ୍କ ପାଖରେ କଲେଜ ଅଧକ୍ଷ୍ୟ କଲେଜ ଅବ୍ୟବସ୍ଥା ଗୁଡିକ ବଖାଣି ଥିଲେ । ଏହାକୁ ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

ଚୌଦ୍ୱାରରୁ ମାନସ କୁମାର ସାମଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *