ଖାକିରେ କଳଙ୍କ,ରକ୍ଷକ ସାଜିଛି ଭକ୍ଷକ

ଫୋକସ ପ୍ଲସ(କୋରାପୁଟ): ଗଞ୍ଜେଇ ଚାଲାଣରେ ବାଦପଡିଲେନି ପୋଲିସ ଓ ଅବକାରୀ ବିଭାଗ ଏକ ଗ୍ରହଣ କଲେଗୁରୁତ୍ୱପୂର୍ଣ୍ଣ ଭୂମିକା |କୋରାପୁଟ ଜିଲ୍ଲାରେ ଚରା ଗଞ୍ଜେଇ ଚାଲାଣ ରୋକିବା ପାଇଁ ପୋଲିସ ଓ ଅବକାରୀ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା | କିନ୍ତୁ ବର୍ତ୍ତମାନ ଖବର ଅନୁସାରେ ଅବକାରୀ ସାଜିଛି ଚୋରାଗଞ୍ଜେଇ ଵେପାରୀଙ୍କ ସୁରକ୍ଷା କବଚ, ଏଭଳି ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି |ଖାକିରେ କଳଙ୍କ ,ରକ୍ଷକ ସାଜିଛି ଭକ୍ଷକ । ମଦ ରାନ୍ଧୁଥୁବା ନିରିହ ଆଦିବାସୀଙ୍କୁ ଗିରଫ କରି ବାହାବାହା ମାରୁଥୁବା ଅବକାରି ବିଭାଗର ଅସଲି ଚେହରା ପଦାକୁ ଆସିଛି ।ଗଂଜେଇ ମାଫିଆ ମାନଙ୍କ ସହ ଅବକାରୀ ବିଭାଗର ସମ୍ପୃକ୍ତି ପଦାକୁ ଆସିଛି ।ଚୋରା ଗଞ୍ଜେଇ ଚାଲାଣ କରୁଥିବା ଗଂଜେଇ ମାଫିଆ ସୁରକ୍ଷା ଦେଇ ଚାଲାଣ କାର୍ଯ୍ୟରେ ସାହାଯ୍ୟ କରୁଥିଲେ |

ଏହି ଖବର ପାଇବା ପରେ ସବ-ଇନ୍ସପେକ୍ଟର କରୁଣାକର ଶବରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଓଡିଶା ସୁଙ୍କି ରାଜରାସ୍ତା ଯୋଡ଼ିମାଦିଲି ନିକଟରେ ପୋଲିସ ହାତରେ ଧରାପଡିଥିଲେ କୋରାପୁଟ ଜିଲ୍ଲାର ୩ ଜଣ ଅବକାରୀ ବିଭାଗୀୟ କର୍ମଚାରୀ ତଥା 1.ତ୍ରିଲୋଇଛନ ରୟ ଚେଟି କୋରାପୁଟ ସଦର ଅବକାରୀ କନେଷ୍ଟେବୁଲ,ଅରୂପଲକ ଦାସ- କୋରାପୁଟ ଟାଉନ ASI ଅବକାରୀ କର୍ମଚାରୀ ଏବଂ ରାବଡା ଭେଙ୍କେଟସ କୁମାର କୋରାପୁଟ ଟାଉନ ଅବକାରୀ କନେଷ୍ଟେବଳଙ୍କ ସମେତ ଆଉ ଚାରିସାଥୀ ଯଥା-ପ୍ରକାଶ ଭେଲ (ରାଜସ୍ଥାନ),ଧୀରୋଜ କୁମାର ତୁରୁକ ପୁରୁଣା କୋରାପୁଟ ବାସିନ୍ଦା,ରାଜ କୁମାରଚେଟି, ଗୋଲୋକ ବିହାରୀ ବାଘଙ୍କୁ ପୋଲିସ କାବୁ କରିଥିବା ସହିତ 803 kg 765 ଗଞ୍ଜେଇ ସହ ଏକ ଟ୍ରକ ଯାହାର ନମ୍ବର RJ 06 GA 9651ଏବଂ ଗୋଟିଏ ବୋଲେରୋ ଯାହାର ନମ୍ବର OD-10-P 9133 ସହିତ 13,335 ଟଙ୍କା,08 ମୋବାଇଲ ଅବକାରୀ ପରିଚୟପତ୍ର, ଚାରିଗୋଟି ATM କାର୍ଡ ପ୍ରଭୁତି ଜବତ କରାଯାଉଥିବା ସୂଚନା | ତତସଙ୍ଗେସଙ୍ଗେ ପଟ୍ଟାଙ୍ଗି ପୋଲିସ ଦ୍ଵାରା କେଶ ନଂ -129, ତା -18/09/2022 U/S20(B)ii(c)/29 NDPS ACT ରେକୋର୍ଟ ଚାଲାଣ କରାଯାଇଥିବା ସୂଚନା |

 

କୋରାପୁଟରୁ କୁନା ଖରା ଙ୍କରିପୋର୍ଟ

Leave a Reply

Your email address will not be published. Required fields are marked *