ବିଜେଡି ପକ୍ଷରୁ ମେଗା ‘ଜୀବନ ବିନ୍ଦୁ’ ଶିବିର ଅନୁଷ୍ଠିତ

ଫୋକସ ପ୍ଲସ(ବଡ଼ଚଣା): କଥାରେ ଅଛି ରକ୍ତଦାନ ମହାପୁଣ୍ୟ, ରକ୍ତ ଦାନ ହିଁ ଜୀବନଦାନ, ଆଜି ବଡଚଣା ବ୍ଲକ୍ ବିଜେଡି ପକ୍ଷରୁ ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଆହ୍ଵାନରେ ସ୍ବେଛାକୃତ ଭାବରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆନୁଷ୍ଠାନିକ ଭାବେ ମାନ୍ୟବର ବିଧାୟକ ଏହି ରକ୍ତଦାନ ଶିବିର ଶୁଭାରମ୍ଭ କରିଥିବା ବେଳେ,ଗୋଟିଏ ଦିନରେ ୫ଟି ସ୍ଥାନରେ ପ୍ରଥମେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା | ଛତିଆ ସ୍ଥିତ ମହାପୁରୁଷ ହାଡ଼ି ଦାସ ମହାବିଦ୍ୟାଳୟ, ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ,ସରକାରୀ ଉଚ୍ଚ ବିଦ୍ୟାଳୟ ବାଲି ଚନ୍ଦ୍ର ପୁର ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦୟ ଗିରି ଓ ବଡଚଣା ସ୍ଥିତ ଓମେନ୍ସ କଲେଜ ଠାରେ ଏହି ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇ ଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶବରସ୍ଥିତ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ ଓ ଢେ଼ଙ୍କାନାଳ ସରକାରୀ ମେଡିକାଲ ଟିମ୍ ରକ୍ତ ସଂଗ୍ରହ କରି ଥିଲେ।ଏହି ମେଗା ଜୀବନ ବିନ୍ଦୁ କାର୍ଯ୍ୟ କ୍ରମରେ ମୋଟ 838 ୟୁନିଟ ରକ୍ତ ସଂଗ୍ରହ ହୋଇ ଥିବା ବେଳେ 2500 ୟୁନିଟ ରକ୍ତ ସଂଗ୍ରହ ଲକ୍ଷ ରଖାଯାଇ ଥିଲା ବୋଲି ସୂଚନାରୁ ଜଣା ପଡ଼ିଛି।।

ବଡ଼ଚଣାରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *