ପରିସ୍ରା ବେଳେ ଛାତ୍ରଙ୍କ ପରିସ୍ରା ନଳୀରେ ଲାଗିଲା ପ୍ୟାଣ୍ଟ ଚେନ୍

ଫୋକସ ପ୍ଲସ(କଟକ): ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ପଞ୍ଚାୟତ ଅଣ୍ଡେଇ ସାହି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଅଣ୍ଡେଇ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ପରିସ୍ରା କରୁଥିବା ବେଳେ ତାଙ୍କ ପରିସ୍ରା ନଳୀରେ ପ୍ୟାଣ୍ଟ ଚେନ ଲାଗିଯିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ଏବଂ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଛାତ୍ର ଜଣକ ।ଏ ସମ୍ପର୍କରେ ଆହତ ଛାତ୍ରଙ୍କ ଜଣେ ସହପାଠୀ ଶ୍ରେଣୀ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କୁ ଜଣାଇଥିଲେ ।ମାତ୍ର ଶିକ୍ଷକ ଜଣକ ଏହାକୁ ଗୁରୁତ୍ବ ଦେଇ ଆହତ ଛାତ୍ରଙ୍କୁ ତୁରନ୍ତ ମେଡ଼ିକାଲ ନେବା କଥା। କିନ୍ତୁ ଶିକ୍ଷକ ଜଣକ ଛାତ୍ରଙ୍କୁ ଧମକ ଚମକ୍ ଦେଇ ବିଦ୍ୟାଳୟ ଛୁଟି ହେବା ପର୍ଯ୍ୟନ୍ତ ବସାଇ ରଖିଥିଲେ। ସେତେବେଳକୁ ଛାତ୍ର ଜଣକ ୪ ଘଣ୍ଟା ଧରି ଯନ୍ତ୍ରଣା ଅନୁଭବ କରିଥିଲେ। ଛୁଟି ହେବା ପରେ ଘରକୁ ଆସି ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଏହାକୁ ନେଇ ଛାତ୍ରଙ୍କ ବାପା ଲିଙ୍ଗରାଜ ବେହୁରା ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି।ଜଗତପୁର ଥାନା ପୁଲିସ୍ ଏହି ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *