ମିଳିମିଶି ଲୁଟିନେଲେ ଗରିବଙ୍କ ଭତାଟଙ୍କା

ଫୋକସ ପ୍ଲସ(ଚାନ୍ଦବାଲି)୧୬/୦୯/୨୦୨୨: ମିଳିମିଶି ଲୁଟିନେଲେ ଗରିବଙ୍କ ଭତାଟଙ୍କା ଚାନ୍ଦବାଲି ବିଧାୟକଙ୍କ 2ଜଣ ବିଶ୍ଵସ୍ଥ୍ୟ ଜି ଆର ଏସ,ଚାନ୍ଦବାଲି ବ୍ଲକରେ ୧.୫୬କୋଟି ଟଙ୍କାର ହିସାବ ଗାଏବ, ବୃଦ୍ଧ ବୃଦ୍ଧାଙ୍କ ଭତା ଟଙ୍କାର ହିସାବ ଦେବାକୁ ଅରାଜି ଜିଆରଏସ, ୩ ଜିଆରଏସ ଓ ୨ ପଂଚାୟତ ଅଧିକାରୀଙ୍କ ନାମରେ ଥାନାରେ ଟଙ୍କା ହଡପ ଅଭିଯୋଗ ।ମିଳିମିଶି ଲୁଟିନେଲେ ବାର୍ଦ୍ଧକ୍ୟ ଭତା ଟଙ୍କା, ଚାନ୍ଦବାଲି ବିଧାୟକଙ୍କ ଖାସ ଲୋକ ହୋଇଥିବାରୁ ସେମାନଙ୍କର କାହାରିକୁ ଖାତିରି ନାହିଁ । ଏବେ ସୁଧା ଚାନ୍ଦବାଲି ବ୍ଲକରେ ସମୁଦାୟ ୧.୫୬କୋଟି ଟଙ୍କାର ହିସାବ ମିଳୁନାହିଁ, ଏହି ହିସାବ ସବୁ ୩ଜଣ ଜିଆରଏସ ଏବଂ 2ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଥିବା ବେଳେ ସେମାନେ ଏହି ହିସାବ ଦେବାକୁ ଅରାଜି ସରକାରୀ ବାବୁ ମାନେ , ଫଳରେ ବାଧ୍ୟହୋଇ ଚାନ୍ଦବାଲି ବିଡିଓ ପୁନଶ୍ଚ ୨ ଜଣ ଜିଆରଏସଙ୍କ ନାମରେ ଥାନାରେ ଏତଲା ଦେଇ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବାଂଶଡା ଓ ଚାନ୍ଦବାଲି ଥାନାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।ଚାନ୍ଦବାଲି ବ୍ଲକ ବଜରାପୁର ଏବଂ ଗୋପିନାଥ ପୁର ପଂଚାୟତ ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଅଧକାରୀ ଧିରେନ୍ଦ୍ର ନାୟକ ୧୧ ମାସ ମଧ୍ୟରେ ୨୯ଲକ୍ଷ ୧୯ହଜାର ୯ଶହ ଟଙ୍କାର ହିସାବ ଦେଇ ପାରୁ ନଥିବା ବେଳେ ସେହି ପଂଚାୟତରେ ଥିବା ଜିଆରଏସ ପୁରୁଷୋତମ ବାରିକ ୮ମାସ ମଧ୍ୟରେ ୨୬ଲକ୍ଷ ୩୮ହଜାର ୭ଶହ ଟଙ୍କାର ବୃଦ୍ଧବୃଦ୍ଧାଙ୍କ ଭତା ଟଙ୍କାର ହିସାବ ମଧ୍ୟ ଦେଇ ପାରୁ ନାହାନ୍ତି । ସେହିପରି ଧାମରା ଅଂଚଳରେ ଥିବା ଦୋସିଙ୍ଗା ପଂଚାୟତ ଦାୟିତ୍ବରେ ଥିବା ଜିଆରଏସ ପୂର୍ଣ୍ଣେନ୍ଦ୍ର ପାତ୍ର ୧୬ ମାସ ମଧ୍ୟରେ ୫୩ଲକ୍ଷ ୨ହଜାର ୭ଶହ ଟଙ୍କା ବାଟ ମାରଣା କରିଥିବା ବେଳେ ଜାଗୁଳା ପଂଚାୟତର ଜିଆରଏସ ଖିରୋଦ ନାୟକ ସେହିପରି ୧୧ ମାସ ମଧ୍ୟରେ ୨୯ଲକ୍ଷ ୧୯ହଜାର ୯ଶହ ଟଙ୍କା ର ହିସାବ ମଧ୍ୟ ଚାନ୍ଦବାଲି ବ୍ଲକ ଅଧିକାରୀଙ୍କୁ ଦେବାରେ ଅସମର୍ଥ ଅଛନ୍ତି ବୋଲି ଜଣାଯାଇଛି । ଘଟପୁର ପଂଚାୟତର ମଧ୍ୟ ସମାନ ଅବସ୍ଥା, ଘଟପୁର ପଂଚାୟତର |ଜିଆର ଏସ କମଳାକାନ୍ତ ଜେନା ୨ ବର୍ଷର ହିସାବ ଦେଇ ନାହାଁନ୍ତି, ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ହିସାବା ଏଯାଏପ୍ରଦାନ କରି ନାହଁନ୍ତି । ଭତାଟଙ୍କା ପ୍ରଦାନ ପରେ ସମ୍ପୃକ୍ତ ଅଧିକାରୀ ମାନେ ପ୍ରତିମାସ ବ୍ଲକ କର୍ତ୍ତୃପକ୍ଷଙ୍କୁ ହିସାବ ଦେବାର ନିୟମ ଥିଲେ ମଧ୍ୟ ବ୍ଲକ ପ୍ରଶାସନ କାହିଁକି ଏବଂ କେଉଁ ପରିସ୍ଥିତିରେ ବର୍ଷ ବର୍ଷ ଧରି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଜିଆରଏସଙ୍କୁ ଏହାର କୈଫତ ମାଗି ନଥିଲେ ତାହାର ତଦନ୍ତ ହେବା ଜରୁରୀ ହୋଇ ପଡିଛି ଅନ୍ୟ ପକ୍ଷରେ ଯଦି ଦୀର୍ଘ ଦିନ ଧରି ସେମାନେ ହିସାବ ଦେଇ ପାରୁ ନଥିବା ବେଳେ କର୍ତ୍ତୃପକ୍ଷ ଏ ନେଇ କାହିଁକି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିନାହାନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ ହୋଇ ପଡ଼ିଛି । ୫ ଟି ପଂଚାୟତରେ ୧.୫୬କୋଟି ଟଙ୍କାର ହିସାବ ମିଳୁ ନଥିବା ବେଳେ କେବେ ଏହି ବୃଦ୍ଧବୃଦ୍ଧା ମାନେ ସେମାନଙ୍କଭତା ପାଇବେ ଅଥବା ହଡପ ହୋଇଥିବା ଟଙ୍କା ସରକାରୀ ତହସିଲକୁ ଫେରିବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି l

Leave a Reply

Your email address will not be published. Required fields are marked *