ମା ଭଦ୍ରକାଳୀଙ୍କ ମହିମା

ଫୋକସ ପ୍ଲସ(ଷ୍ଟୋରୀ)୧୫/୦୯/୨୦୨୨: ମାଆ ଭଦ୍ରକଳୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ । ଲୋକ‌କଥାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମ ରଖାଯାଇଛି । ମାଆ ଭଦ୍ରକାଳୀଙ୍କୁ ଆଦି ଶକ୍ତି ବୋଲି ମଧ୍ୟ ଆମର ପୂରାଣରେ ବିବେଚନା କରାଯାଇଛି । ପ୍ରାଚୀନ ମନୁସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ ।ମାଆ ଆଦିଶକ୍ତିଙ୍କର ପ୍ରଳୟର ରୂପ ହେଉଛନ୍ତି ମାଆ କାଳୀ ଏବଂ ଭଦ୍ରକାଳୀ ମାଆ ଆଦିଶକ୍ତିଙ୍କର ଏକ ପ୍ରଳୟ କାଳୀନ ରୂପ ବୋଲି ମଧ୍ୟ ଅନେକ ମତ ଦିଅନ୍ତି । ଆଉ କେହି କେହି ମାଆଙ୍କୁ ମହାକାଳ ଶିବଙ୍କର ଶକ୍ତି ବୋଲି ମଧ୍ୟ କ‌ହିଥିଲେ ।ମାଆ ଭଦ୍ରକଳୀଙ୍କର ମନ୍ଦିର ଭଦ୍ରକ ସ‌ହ ଉପକଣ୍ଠରୁ ପ୍ରାୟ ୭କିଲୋମିଟର ଦୂରରେ ଅବସ୍ଥିତ । ଅହାରପଦା ଗ୍ରାମରେ ସାଳନ୍ଦୀ ନ‌ଦୀ କୂଳରେ ମାଆ ଭଦ୍ରକାଳୀଙ୍କର ଏବେକାର ମନ୍ଦିରଟି ଅବସ୍ଥିତ ।ବର୍ତ୍ତମାନର ମନ୍ଦିରରେ ମାଆ ଭଦ୍ରକାଳୀଙ୍କର ଚତୁର୍ଭୁଜା ମୂର୍ତ୍ତୀ ପୂଜା ପାଉଛି । ଚତୁର୍ଭୁଜା ମାଆ ଭଦ୍ରକାଳୀ ଏଠାରେ ସିଂହପୃଷ୍ଠରେ ପଦ୍ମାସନରେ ବିଜେ କରିଛନ୍ତି । ମାଆ ଉପର ଉପର ଦକ୍ଷିଣ ହସ୍ତରେ ଖଡ୍ଘ ଧାରଣ କରିବା ସ‌ହ ବାମ ହସ୍ତରେ ଖର୍ପର ଧାରଣ କରିଛନ୍ତି ଏବଂ ତଳ ବାମ ହସ୍ତରେ ଜପାମାଳଳି ଧାରଣ କରିବା ସ‌ହ ଦକ୍ଷିଣ ହସ୍ତରେ ବାଳକୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ହେଉଛି ଏକମାତ୍ର ଶକ୍ତିପୀଠ ଯେଉଁଠି ମାଆ କାଳୀ ବାଳକୃଷ୍ଣଙ୍କୁ କୋଳରେ ଧାରଣ କରିଛନ୍ତି ।ଇତିହାସ ଅନୁସାରେ ମାଆ ଭଦ୍ରକାଳୀଙ୍କର ପୂରାତନ ମନ୍ଦିରଟି ଅନ୍ୟ ଏକ ସ୍ଥାନରେ ଥିଲା । ଓଡ଼ିଶାରେ ମୁସଲମାନ ଶାସନ ସମୟରେ ବାରମ୍ବାର ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ହେଉଥିଲା । କ୍ରମେ ସେହି ମନ୍ଦିରଟି ଧ୍ୱଂସାଭିମୁଖି ହେଲା, ଫଳରେ ମାଆଙ୍କର ମନ୍ଦିର ଏବେକାର ଆହାରପଦା ନିକଟକୁ ସ୍ଥାନାନ୍ତର ହେଲା । ଏହିଠାରେ ମୁଖ୍ୟ ମନ୍ଦିର ସମେତ ସମୁଦାୟ ୩ଗୋଟି ମନ୍ଦିର ଅଛି । ମୁଖ୍ୟ ମନ୍ଦିରରେ ମାଆ ଭଦ୍ରକାଳୀ ପୂଜା ପାଉଥିବା ବେଳେ ଅନ୍ୟଦ୍ୱୟ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମେତ ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି । ଅନ୍ୟ ଏକ ମନ୍ଦିରରେ ମହାଦେବ ଭଦ୍ରେଶ୍ୱର ନାମରେ ପୂଜିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *