ସାମ୍ବାଦିକଙ୍କୁ ମାରିଲେ ଏଏସପି

ଫୋକସ ପ୍ଲସ(ପାପଡାହାଣ୍ଡି)୧୫/୦୯/୨୦୨୨: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନାରେ ବୁଧବାର ଏପରି ଘଟଣା ଦେଖିବାକୁ ମିଳିଛି | ସୂଚନା ମୁତାବକ ବରଗଡ ଅଞ୍ଚଳର ଜଣେ ବିବାହିତ ମହିଳା କେତେବୁନ ନିଶାଙ୍କ ସହ ପାପଡାହାଣ୍ଡି ଅଞ୍ଚଳର ଓମପ୍ରକାଶ ଜ୍ଞାନଚାନ୍ଦ ଦାସଙ୍କ ଗତ 14ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା | ତେବେ ମହିଳା ଜଣକ ନିଜ ଇଚ୍ଛାରେ ମହିଳା ପୁଅ ସହ ପାପଡାହାଣ୍ଡି ଘରକୁ ଚାଲି ଆସିଥିଲେ | ଏଥି ପୂର୍ବରୁ ଉଭୟ ପରିବାର ତରଫରୁ ମହିଳା ଓ ପୁଅ ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା | ପରେ ନବରଙ୍ଗପୁର ଏସପିଙ୍କ ନିକଟରେ ଉଭୟ ପହଁଚି ସହମତି ଜଣାଇଥିଲେ | ପରେ ଏସ୍ଡ଼ିପିଓ ଙ୍କ ନିକଟରେ ମହିଳା ସହମତି ଜଣାଇ ପୁଅ ଘରେ ରହୁଥିଲା | ତେବେ ବୁଧବାର ମହିଳା ଜଣକ ଘରେ ଏକା ଥିବା ସମୟରେ ମହିଳା ଙ୍କ କିଛି ସମ୍ପର୍କୀୟ ଆସି ତାଙ୍କୁ ଜୋରଜବରଦସ୍ତ ଟଣା ଓଟୋରା କରି ଘରୁ ନେଇଯାଇଥିଲେ | ଖବର ପାଇ ପରିବାର ଲୋକ ଥାନାରେ ଖବର ଦେବା ପରେ ମଇଦଲପୁର ଫାଣ୍ଡିରେ ଉଦ୍ଧାର କରାଯାଇ ମହିଳାଙ୍କୁ ରଖାଯାଇଥିଲା | ପରିସ୍ଥିତି ଦେଖି ମହିଳାଙ୍କ ପରିବାର ଫାଣ୍ଡିରୁ ଚମ୍ପଟ ମାରିଥିଲେ | ପରେ ମହିଳାଙ୍କୁ ପାପଡାହାଣ୍ଡି ଥାନାରେ ଅଣାଯାଇଥିଲା | ଏହି ସମୟରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା | ପୁଅଙ୍କ ପରିବାର ମହିଳାଙ୍କୁ ନେବା ଦେଇ ନଥିଲେ | ମହିଳା ବି ଯିବା କୁ ନାରାଜ ହୋଇଥିଲେ | ପରେ ଏଏସପି ଜୟ କୃଷ୍ଣ ବେହେରା ପହଂଚି ମହିଳାଙ୍କୁ ଜୋର ଜବର ଦସ୍ତ ଥାନାରୁ ଟଣା ଓଟୋରା କରି ନେବା ସମୟରେ ପାପଡାହାଣ୍ଡି ରେ ଖବର ଦାତା ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଏଏସପି ପ୍ରଥମେ ଅର୍ଗୁସ ପ୍ରତିନିଧି ସୁମିତ ଘଣ୍ଟ, ସକାଳ ପ୍ରତିନିଧି ପ୍ରବୀଣ ଶତନାମୀ ଓ ପ୍ରଗତିବାଦୀ ପ୍ରତିନିଧି ଓମପ୍ରକାଶ କରମଚାନ୍ଦ ଦାସ ଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ | ଖବର ଦାତା ବୋଲି ପରିଚୟ ଦେବା ପରେ ବି ସେ ଅଶାଳୀନ ବ୍ୟବହାର ଦେଇ ଚାଲିଥିଲେ | ଘଟଣା ସମୟରେ ତମେ ସବୁ ପ୍ରତିବାଦ ଚଳାଇଛ ବୋଲି କହିଥିଲେ | ଲିଜା ରାଣୀ ପଟନାୟକ କୁ ଠେଲା ପେଲା କରିଥିଲେ | ଯାହାକୁ ନେଇ ପ୍ରତିବାଦ କରାଯାଇଥିଲା | ଖବର ପାଇ ଓୟୁଜେ ଜିଲ୍ଲା ସଭାପତି ସୁଶାନ୍ତ ବେହେରା ସହ ଜିଲ୍ଲାର ଖବର ଦାତା ମାନେ ଧାରଣା ଦେଇ ଥାନା ଆଗରେ ବସିଛନ୍ତି | ଯେପର୍ଯ୍ୟନ୍ତ ଖବରଦାତା ଙ୍କୁ ଏଏସପି ଖବର ଦାତା ଙ୍କୁ କ୍ଷମା ପ୍ରାର୍ଥନା ଦାବି ହୋଇଛି | ପରିସ୍ଥିତି ଉତେଜନା ଦେଖା ଦେଇଛି |

Leave a Reply

Your email address will not be published. Required fields are marked *