ରୋଗୀର ଜୀବନ ବଞ୍ଚେଇବା ପାଇଁ ତିନି କିମି ଦୌଡିଲେ ଡାକ୍ତର

ଫୋକସ ପ୍ଲସ(ବ୍ୟୁରୋ) ୧୩/୦୯/୨୦୨୨: ରାସ୍ତାରେ ଜଣେ ବ୍ୟକ୍ତିଙ୍କର ଦୌଡୁଥିବାର ଭିଡ଼ିଓ ଭାଇରଲ ହେବାରେ ଲାଗିଛି | ମୁହଁରେ ବ୍ୟସ୍ତତା ଥିବା ସମ୍ପୂର୍ଣ ବାରି ହୋଇପଡୁଛି | ଧଇଁସଇଁ ହୋଇ ବିଚ ରାସ୍ତାରେ ଦୌଡୁଛନ୍ତି ବ୍ୟକ୍ତି ଜଣଙ୍କ | ଲାଗୁଛି ଯେମିତି କିଛି କଥା ତାଙ୍କୁ ବିଚଳିତ କରିପକାଇଛି ଆଉ ଏକ ମୁହାଁ ହୋଇ ଦୌଡୁଛନ୍ତି ନିଜ ଲକ୍ଷ୍ୟସ୍ଥଳୀକୁ | ବ୍ୟକ୍ତି ଜଣକ ଦୌଡୁଥିବା ବେଳେ କିଛି ସମୟପାଇଁ ଭିଡ଼ିଓ ବନେଇଥିଲେ | ଯାହା ଏବେ ମୋବାଇଲ କୁ ମୋବାଇଲ ଘୁରି ବୁଲୁଚି | ଉକ୍ତ ବ୍ୟକ୍ତି ଜଣକ ବେଙ୍ଗଲୁର ର ଜଣେ ଡାକ୍ତର ବୋଲି ଜଣାପଡିଛି | ବେଙ୍ଗଲୁର ଭିଡ ଟ୍ରାଫିକରେ ତାଙ୍କ କାରଟି ଫସି ଯାଇଥିଲା ଯାହା ଫଳରେ କାରରେ ଡ୍ରାଇଭର କୁ ଛାଡି ପାଖାପାଖି ୩ କିଲୋମିଟର ଦୌଡି ଥିଲେ ଡାକ୍ତରଖାନାକୁ | ଏକ ଜରୁରୀ ଅସ୍ତ୍ରୋପ୍ରଚାର ପାଇଁ ଜଣେ ମହିଳା ରୋଗୀ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ | ମାତ୍ର ବାଟରେ ଟ୍ରାଫିକ ବାଧକ ସାଜିଥିଲେ ମଧ୍ୟ ଡାକ୍ତରଙ୍କୁ ରୋଗୀ ସେବା କରିବାରୁ ଅଟକାଇ ପାରିନଥିଲା ଆଉ କୌଣସି ବାଟ ନପାଇ କାର ଛାଡି ରାସ୍ତାରେ ଦୌଡ଼ିଥିଲେ | ଦୌଡିବା ସମୟରେ ଏକ ଛୋଟିଆ ଭିଡିଓ କରି ତାଙ୍କ ସହଯୋଗୀ ମାନଙ୍କୁ ବାର୍ତ୍ତା ପଠାଇଥିଲେ ଯେ ବ୍ୟସ୍ତ ନହୋଇ ସବୁ ପ୍ରସ୍ତୁତ କରି ରହିଥାଅ ମୁଁ ଡାକ୍ତରଖାନାରେ ପହଁଚୁଛି |ଡାକ୍ତର ଜଣଙ୍କ ହେଉଛନ୍ତି ଗୋବିନ୍ଦ ନନ୍ଦକୁମାର ଏବେ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଉଛି |ସଲାମ ଜଣାଉଛନ୍ତି ଏବଂ କହୁଛନ୍ତି ବାଃ ଡାକ୍ତର ହେବତ ଏମିତି |

Leave a Reply

Your email address will not be published. Required fields are marked *