ମନ ମେ।ହୁଛି ଜଲାଖୁରା ଜଳ ପ୍ରପାତ

ଫୋକସ ପ୍ଲସ(କାଶୀପୁର) ୧୨/୦୯/୨୦୨୨: ବଣ ପାହାଡ଼ ଘେରା ରାୟଗଡା ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନନ୍ୟ | ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଯେତିକି ଆକର୍ଷିତ କରେ , ଏଠାରେ ଥିବା ମନ୍ଦିର ଓ ଐତିହାସିକ କୀର୍ତ୍ତିରାଜି ବି ସେତିକି ମନ ମୋହେ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ପ୍ରାକୃତିକ ପରିବେଶ ଏକ ଅନ୍ୟ ତମ ଆଜି ବି ଲୁଚି ରହିଛି ଅନେକ ସୁନ୍ଦର୍ଯ୍ୟ କୀର୍ତ୍ତି ମାନ | ଏହି ବ୍ଲକକୁ ଓଡ଼ିଶାର ଦ୍ୱିତୀୟ କାଶ୍ମୀର କହୁଥିବା ବେଳେ କିଏ ଶୀତଳ ଭଣ୍ଡାର ବୋଲି କହିଥାନ୍ତି | ମାଳ ପର୍ବତ ସହିତ ଖଣିଜ ସମ୍ପଦରେ ଭରପୁର ରହିଛି ଏହି କାଶୀପୁର ମାଟି | ବାଫଲା ମାଳି, କୋଡ଼ିଙ୍ଗା ମାଳି, ଶାଶୁବହୁ ମାଳି , ବନ୍ତିଜ ମାଳି, ଏବଂ ବାସଙ୍ଗ ମାଳି ପ୍ରାକୃତିକ ସମ୍ପଦରେ ଭରପୁର ରହିଥିବା ବେଳେ କାଶୀପୁର ବ୍ଲକରେ ଗୋଡ଼ି ଉଠିଛି ଏକ ବିଶାଳ କାୟ ଶିଳ୍ପ କାରଖାନା କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ବ୍ଲକରେ ଉନ୍ନତିର ବାଟ ଫିଟୁନି କି ପରିବର୍ତ୍ତନର ରାହା ଦୁସୁନି | ଏହି ବ୍ଲକ ରେ ଥିବା ପର୍ବତ ମାଳା ର ବକ୍ଷ ଚିରି କଳ କଳ ନାଦ ରେ ଝରି ପଡୁଛି ଅନେକ ଝରଣା ମାନ ଖୁରୀଗାଁ ପଞ୍ଚାୟତ ର ଚେର କୋଟା , ପେରପା ଏବଂ ମାଣ୍ଡିବିସି ପଞ୍ଚାୟତ ର “ଜଲା ଖୁରା ” ଜଳ ପ୍ରପାତ ଏକ ଅନ୍ୟତମ , ଆଜି ପର୍ଯ୍ୟନ୍ତ ସରକାରୀ କିମ୍ବା ବେସରକାରୀ ଙ୍କ ନଜର କୁ ଆସିନାହିଁ |ଏହି ଜଲାଖୁରା ଜଳ ପ୍ରପାତ ହଉଛି ପ୍ରକୃତିର ବରଦାନ ଥରେ ବୁଲିବାକୁ ଯାଆନ୍ତୁ ସେହି ଜାଗାକୁ ଦୁଇ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ରାଶି ସହିତ ମଝିରେ ପଥର ଉପରୁ ଖସି ପଡୁଛି ସ୍ୱଜଳ ଧାରା ସେହି ସ୍ୱଦ୍ଧ ରେ ଲାଗେ ସତେ ଯେମିତି କି ସ୍ୱର୍ଗରାଜ୍ୟରେ ଅଛି ଏବଂ ଆଖ ପାଖ ଅଞ୍ଚଳରେ ତୁଷାର ବର୍ଷାର ଦୃଶ୍ୟମାନ ସହିତ ସବୁଜିମା କୋଳରେ ବସିଲା ଭଳି ଲାଗୁଥାଏ | ସେଠାକୁ ଯିବାକୁ ହେଲେ କେବଳ ପାଦ ଚଲା ରାସ୍ତା ହିଁ ଭରସା | କେବେ ପକ୍କା ରାସ୍ତା ଟିଏ ହେବ ଜଲାଖୁରା ଗ୍ରାମ ବାସୀଙ୍କ ଦୁଃଖ ସୁଧୁରିବ ଅନାଇ ଅନାଇ ଦିନ ସରିଯାଉଛି | କାଶୀପୁର ବ୍ଲକ ଠାରୁ ମାତ୍ର 15 ରୁ 20 କିମି ଦୂର , ଖୁରୀଗାଁ ରୁ ଶାଶୁବହୁ ମାଳି ପାହାଡ଼ ତଳ ରାସ୍ତା ଦେଇ ଗଳା ବେଳେ ରାଉତ ଘାଟି ଗାଁ ପଡେ ସେହି ଗାଁ ରୁ ମାଟି ରାସ୍ତା ଦେଇ ଯିବାକୁ ପଡ଼େ , ଦୁଇ ପାର୍ଶ୍ୱ ଜଙ୍ଗଲ ଦେଇ ମଝିରେ ମାଟି ରାସ୍ତା ମାତ୍ର ଭରସା କଉଠି କାଦୁଅ ପୋଚ ପୋଚ ତ କଉଠି ଗଢ଼ାଣି ଉଠାଣି ହଇ 7 ରୁ 8 ମାଇଲ ଦୂର ଗଲା ପରେ ଅବସ୍ଥିତ ଜଲାଖୁରା ଗାଁ, ସେହି ଗାଁର ତଳ ଭାଗରେ ଅବସ୍ଥିତ ଏହି ସୁନ୍ଦର ଜଳ ପ୍ରପାତ ” ଜଲା ଖୁରା ” ଏହି ଜଳ ପ୍ରପାତ କୁ ଏବେ ମଧ୍ୟ ଲୋକ ଆସୁଛନ୍ତି ଏବଂ ପ୍ରାକୃତିକ ସୁନ୍ଦର୍ଯ୍ୟ ଉପଭୋଗ କରି ଯାଉଛନ୍ତି | ଏହି ଜଲାଖୁରା ଗାଁ କୁ ରାସ୍ତା ଟିଏ ହେଲେ ଅନେକ ଦୂର ଦୁରାନ୍ତ ରୁ ମଧ୍ୟ ଲୋକ ଆସି ଥାନ୍ତେ ଏବଂ ଏହା ଏକ ପର୍ଯଟନ ସ୍ଥଳୀ ଭାବରେ ପରିଚିତ ହଇଥାନ୍ତା| ସରକାରୀ ଏବଂ ବେସରକାରୀ ସଂସ୍ଥା ଏହି ଜଳ ପ୍ରପାତ କୁ ରାସ୍ତା ଓ ସେଠାକୁ ଯିବାପାଇଁ ପାହାଚ, ରେଷ୍ଟ ସେଡ ନିର୍ମାଣ କରି ଏକ ପର୍ଯଟନ ସ୍ଥଳୀ ର ରୂପ ଦେବା ଏବଂ ଲକ ଲୋଚନ କୁ ଆଣିଲେ ଗ୍ରାମର ଉନ୍ନତି ସହିତ ଲୋକ ପ୍ରକୃତିର ସୁନ୍ଦଯ୍ୟ ଉପଭୋଗ କରିପାରିବେ ବୋଲି ସାଧାରଣରେ ଦାବି ହଇଛି |

Leave a Reply

Your email address will not be published. Required fields are marked *