ଫୋକସ ପ୍ଲସ(ବାଲେଶ୍ୱର)୧୦/୦୯/୨୦୨୨: ବୋଝ ହେଲା ଯନ୍ତ୍ରଣା ପୂର୍ଣ୍ଣ ଜୀବନ, ଶୁଣିଲେନି ସରକାର ଶେଷ ରେ ଆତ୍ମହତ୍ୟା କଲି, ବିଜୟ। ବାଲେଶ୍ୱର , ଦିନେ ସ୍ୱପ୍ନ ଦେଖିଥିଲା ପାଠ ପଢି ଚାକିରୀ କରି ବାପା-ମାଆଙ୍କ ଦୁଃଖ ସୁଖ ବୁଝିବ।ବାପା- ମାଆ ବି ସ୍ଵପ୍ନ ଦେଖିଥିଲେ ପୁଅ ବଡ଼ ହୋଇ ଆମକୁ ସାହାରା ହେବ। ମାତ୍ର ସ୍ୱପ ସବୁ ସ୍ୱପ୍ନ ହୋଇ ରହିଗଲା। ଗୋଟିଏ ଦୁର୍ଘଟଣା ସବୁ ସ୍ୱପ୍ନକୁ ଭାଙ୍ଗିଦେଲା। ଆଉ ଯେଉଁ ବୟସରେ ବାପା ମାଆଙ୍କର ସାହାରା ହେବା କଥା ସେହି ସେହି ବୟସରେ ବାପା ମାଆଙ୍କର ବୋଝ ହୋଇଗଲି। ଆମର ଘରଟିଏ ବି ନାହିଁ। ସରକାରଙ୍କ ସାହାଯ୍ୟ ବି ପହଞ୍ଚି ପାରିଲା ନାହିଁ। ଏତେ ବଡ଼ ଦୁଃଖ ଆଉ ମୁଁ ଦେଖି ପାରୁନାହିଁ କି ସହିବି ପାରୁନାହିଁ ପାରୁନି। ମର ଆଉ ବଂଚିବା ପାଇଁ ଇଛା ନାହିଁ। ମୁଁ ମାରିବାକୁ ଚାହେଁ। ତେଣୁ ମୁଖ୍ୟମନ୍ତ୍ରୀ ସାର ମାତେ ମାରିବା ପାଇଁ ଅନୁମତି ଦିଅନ୍ତୁ।ମୋର କିଛି ଦରକାର ନାହିଁ ଯଦି କାହାର ସାହାଯ୍ୟ କରିବ ମୋର ବାପା-ମାଆଙ୍କ ଟିକେ କରନ୍ତୁ। ହଁ ଆଜ୍ଞା ଏମିତି କହି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ ବିଜୟ କୁମାର ଜେନା। ସୂଚନାଯୋଗ୍ୟ ଯେ ରେମୁଣା ବ୍ଳକ ବରୁଣସିଂ ଗ୍ରାମର ୨୪ ବର୍ଷୀୟ ଯୁବକ ବାଲେଶ୍ଵରରୁ ଘରକୁ ଯିବା ବାଟରେ ତାଙ୍କର ଏକ ସଡ଼କ ଦୁର୍ଘଟଣା ହୋଥିଲା। ଦୁର୍ଘଟଣା ପରେ ତାଙ୍କର ମେରୁଦଣ୍ଡରେ ଆଘାତ ଲାଗିଥିଲା। ଯାହାକି ତାଙ୍କୁ ଅକର୍ମଣ୍ୟ କରି ଦେଇଥିଲା। ଦୀର୍ଘ ୪ ବର୍ଷ ପର୍ଯ୍ୟନ୍ତ ଶଯ୍ୟାସାଇ ହେବା ପରେ ତାଙ୍କର ଜୀବନ ପ୍ରତି ବିତୃଷ୍ନା ଭାବ ଆସିଥିଲା। ଘରର ଅବସ୍ଥାରେ ଧୀରେ ଧୀରେ ଖରାପ ହେବା ପରେ ସେ ଦୁଃଖ ସହି ନପାରି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ଓ ସରକାର ଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କଲେ ହେଲେ କେହି ବି ଶୁଣିଲେନି ଶେଷ ରେ ଆଜି ତାଙ୍କର ତିନି ଚକିଆ ସାଇକେଲରେ ମାର୍କେଟ ଯାଇ ବିଷ ପିଇ ଦେଇଛନ୍ତି ବିଜୟ। ବିଜୟ ଏବେ ବିଷ ପିଇବା ପରେ ବାଲେଶ୍ଵର ହସ୍ପିଟାଲରେ ଭର୍ତ୍ତି ହେଲେ,ମୃତ୍ୟୁ ସହ ସଂଗ୍ରାମ ସଂଗ୍ରାମ କରି ଶେଷ ରେ ହାରୀ ଗଲେ |
