ପ୍ରେମିକାର ଶୁଦ୍ଧିକ୍ରିୟାରେ ଜେଲେ ଗଲା ପ୍ରେମିକ

ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି)୦୯/୦୯/୨୦୨୨: ବହୁ ଚର୍ଚ୍ଚିତ ଛାତ୍ରୀ ଆତ୍ମ ହତ୍ୟା ଘଟଣାରେ ପୋଲିସି ପଞ୍ଝାରେ ଅଭିଯୁକ୍ତ |ହେଲେ ପୋଲିସି ର କାର୍ଯ୍ୟ କଳାପ ଉପରେ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ |ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ପଂଚାୟତର କାଳିଦାସ ଗାଁ ରେ |ଗତ ଅଗଷ୍ଟ ୩0 ତାରିଖ ସନ୍ଧ୍ୟାରେ ଏହି ଗାଁ ରେ ଏକ ଘର ଭଡା ନେଇ ରହୁଥିବା ମନୋଜ କୁମାର ଦାସ ଙ୍କ କଲେଜ ପଡୁଆଁ ମେଧାବୀ ବଡ ଝିଅ ମନୀଷା ଦାସ ନିଜର ଓନି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ପ୍ରଥମେ ମନିଷା ଙ୍କୁ ଏକ ଘରୋଇ ଡାକ୍ତର ଖାନା ଓ ପରେ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ |ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲା |ଵିଧି ରକ୍ଷା ପାଇଁ ନିଶ୍ଚିନ୍ତକୋଇଲି ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଦେଇ ହାତ ଉପରେ ହାତ ବାନ୍ଧି ବସି ଯାଇଥିଲା |ଏହାପରେ ମୃତ ଛାତ୍ରୀଙ୍କ ପରିବାର ଲୋକେ ଗୋଟିଏ ଲିଖିତ ଅଭିଜଗ ଦେଇଥିଲେ, ଏତେ ପରେ ବି ନିଶ୍ଚିନ୍ତ କୋଇଲି ପୋଲିସି ଘଟଣା ସ୍ଥଳକୁ ଥରେ ବି ତଦନ୍ତ କରିବାକୁ ଆସିନଥିଲା |ଏହା ପରେ ପରେ ପରିବାର ଲୋକେ ଏହି ଆତ୍ମହତ୍ୟା ପାଇଁ ସ୍ଥାନୀୟ ସେକେ ହସନ୍ ନାମକ ଜଣେ ଯୁବକ ର ହାତ ଥିବା କଥା ଲିଖିତ ଆକାର ରେ ଗତ ୬ ତାରିଖ ରେ ପୁନଃ ନିଶ୍ଚିନ୍ତକୋଇଲି ଥାନା, କଟକ ଗ୍ରାମାଞ୍ଚଳ ଏସପି,ଆଇଜି କଟକ ଓ ଡିଜି ଓଡ଼ିଶା ଙ୍କୁ ଜଣାଇଥିଲେ। ଏହା ପାରେ ନିଦ ଭାଙ୍ଗିଥିଲା ନିଶ୍ଚିନ୍ତକୋଇଲି ପୋଲିସି ପ୍ରଶାସନ ର |ଗତକାଲି ଅର୍ଥାତ୍ ୭ ତାରିଖ ଦିନ ମୃତ କଲେଜ୍ ଛାତ୍ରୀ ଙ୍କ ଘରକୁ ପୋଲିସ ତଦନ୍ତ ପାଇଁ ଯାଇଥିଲା। ଅର୍ଥାତ୍ ଆତ୍ମହତ୍ୟା ର ୯ ଦିନ ପରେ ନିଶ୍ଚିନ୍ତକୋଇଲି ପୋଲିସ ଗଲା ମୃତ ଛାତ୍ରୀ ଙ୍କ ଘରକୁ ତଦନ୍ତ କରିବା ପାଇଁ। ଦେଖିବାକୁ ଗଲେ ନିଶ୍ଚିନ୍ତକୋଇଲି ଥାନା ପାଖରୁ ମୃତ ଛାତ୍ରୀ ଙ୍କ ଘର ୭ ରୁ ୮ କିଲୋମିଟର | ୭ ରୁ ୮ କିଲୋମିଟର ଯିବାପାଇଁ ନିଶ୍ଚିନ୍ତକୋଇଲି ଥାନା ପୋଲିସି କୁ ୯ ଦିନ ଲାଗିଗଲା | ତେବେ |କୌଣସି ସୂତ୍ରରୁ ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଗତ କାଲି ବିଳମ୍ବିତ ରାତିରେ ସେକ୍ ହସନ୍ କୁ ଗିରଫ କରିଥିଲା।ନିଶ୍ଚିନ୍ତକୋଇଲି ଥାନା କେଶ୍ ନମ୍ବର ୧୫୦/୨୦୨୨ ରେ ମାମଲା ରୁଜୁ କରି ୩୦୬,୩୪ ଆଇପିସି ଧାରା ରେ ଆଜି ହସନ୍ କୁ କୋର୍ଟ ଚାଲାଣ କରା ଯାଇଛି । ହେଲେ ଏହି ଗିରଫ ରେ ସନ୍ତୁଷ୍ଟ ନାହାନ୍ତି ମୃତ ମନିଷା ଙ୍କ ପରିବାର ଲୋକେ। ମନିଷା ଙ୍କ ଆଜି ଦଶ ସୁଦ୍ଧିକ୍ରୀୟା, ଆଉ ପ୍ରେମରେ ଧୋକା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ପ୍ରେମିକ ହସନ୍ ଆଜି ବନ୍ଧା ହୋଇ ଗଲା ଜେଲ୍।ତେବେ ଏଠି ପ୍ରଶ୍ନ ଉଠୁଛି କଣ ମନିଷା ଙ୍କ ଆତ୍ମହତ୍ୟା ପାଇଁ ହସନ୍ ଏକା ଦାୟି ?ଏହି ଆତ୍ମ ହତ୍ୟା ପଛରେ ଆଉ କାହାର ହାତ ନାହିଁ ତ ?ତେବେ ପୋଲିସ ର ନିରପେକ୍ଷ ତଦନ୍ତ ପରେ ସ୍ପଷ୍ଟ ହେବ ମନିଷା ଙ୍କ ଆତ୍ମ ହତ୍ୟା ପଛର ପୁରା ରହସ୍ୟ |

Leave a Reply

Your email address will not be published. Required fields are marked *