ଜୀବନ ଦୀପ ଲିଭାଇ ଦେଲା ଇନ୍ଦ୍ରଙ୍କ ବାଣ

ଫୋକସ ପ୍ଲସ(ଖୋର୍ଦ୍ଧା )୦୯/୦୯/୨୦୨୨: ଝିପି-ଝିପି ବର୍ଷା ହେଉଥାଏ , ସୁଲୁ ସୁଲୁ ପବନ ମଧ୍ୟ ବହୁଥାଏ , ବୃଦ୍ଧା ଜଣକ ଘରର ଦାଣ୍ଡ ପିଣ୍ଡାରେ ବସି ଚା’ ପିଉଥାନ୍ତି , ଠିକ୍ ଏତିକି ବେଳେ ବିଜୁଳି ସାଙ୍ଗକୁ ଇନ୍ଦ୍ରବାଣ ରେ ପ୍ରକମ୍ପିତ ହୋଇଗଲା ଗାଁ । ଆଉ ସେହି ଇନ୍ଦ୍ରବାଣ ସିଧା ବୃଦ୍ଧା ଙ୍କର ବକ୍ଷରେ ବାଜିଲା । ବାସ୍ ସେହିଠାରେ ହିଁ ବୃଦ୍ଧା ଜଣଙ୍କର ଜୀବନ ଦୀପ ଲିଭିଗଲା । ଏଭଳି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ହରିପୁର ଗାଁରେ ।ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ହରିପୁର ଗାଁର ରାଜ କିଶୋର ମାଝୀ ଙ୍କର ପତ୍ନୀ ସରଜୁ ମାଝୀ ଇନ୍ଦ୍ରବାଣ ରେ ମୃତ୍ୟୁ ହୋଇଛି । କ୍ଷତିଗ୍ରସ୍ତ ପରିବାର କୁ ସରକାରୀ ଅନୁକମ୍ପା ରାଶି ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *