ଫୋକସ ପ୍ଲସ( ଥୁଆମୂଳ ରାମପୁର)୦୮/୦୯/୨୦୨୨: ରାମପୁର ବ୍ଲକ କାର୍ଯ୍ୟାଳୟ ର ଅଫିସ ଭିତର କୁ କେମିତି ଆସୁଛି ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ଅନେକ ବିଦେଶୀ ମଦ ବୋତଲ ଗୁଡ଼ିକ ଅଫିସ ଭିତରେ ପଡିରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ହେଲେ ସରକାରୀ କାର୍ଯ୍ୟାଳୟ ଭିତରେ ମଦ ପିଉଛି କିଏ ବର୍ତ୍ତମାନ ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଟି ମଦୁଆ ଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବ୍ଳକ କାର୍ଯ୍ୟାଳୟ ର ଅଫିସ ଭିତର ଠାରୁ ଆରମ୍ଭ କରି ବ୍ଳକ ପରିସରରେ ଯୁଆଡେ ଆଖି ବୁଲାଇଲେ ସେ ଆଡ଼େ ଶହ ଶହ ମାତ୍ରାରେ ବିଦେଶୀ ଖାଲି ମଦ ବୋତଲ ଗୁଡ଼ିକ ପଡ଼ିରହିଥିବା ଚିତ୍ର ସମ୍ମାନକୁ ଆସିଛି। ହେଲେ ଏହି ମଦ ବୋତଲ ରୁ ହଁ ପ୍ପଷ୍ଠ ଭାବରେ ଜଣାପଡିଛି ଯେ ବ୍ଳକ କାର୍ଯ୍ୟାଳୟ ପରିସର ଭିତରେ କିଛି ବଡ଼ବଡ଼ିଆ ଅଫିସର ସହିତ ଠିକାଦାର, ଏବଂ ଲୋକପ୍ରତିନିଧି ଏକାଠି ବସି ମଦ ଦେଉଛନ୍ତି ଯାହାଫଳରେ ନିଶା ଶକ୍ତ ଅବସ୍ଥାରେ ଏହି ମଦୁଆ ବାବୁ ମାନେ ମଦ ପିଇ ସାରିଲା ପରେ ଖାଲି ମଦ ବୋତଲ ଗୁଡ଼ିକ କୁ ଏଆଡେ ସେଆଡେ ଫପାଡୁ ଛନ୍ତି ଏଠାରେ କୁହାଯାଇ ପାରେ ସରକାର ଙ୍କ ବିକାଶ ମୂଳକ ଯୋଜୋନାର ଅର୍ଥ ରାଶି କୁ ହଡ଼ପ କରିବା ପାଇଁ ଚକ୍ରାନ୍ତ ଏହି ବାବୁ ମାନେ ଚଳାଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଦିନ ରାତି ଅଫିସ ର ବାବୁ ମାନେ ମଦ ପିଇବାରେ ବ୍ୟକ୍ତ ହୋଇ ରହିବେ ତାହେଲେ ଥୁଆମୂଳ ରାମପୁର ବ୍ଲକ ର ୨୪ ଗୋଟି ଗ୍ରାମପଞ୍ଚାୟତ ର ବିକାଶ କେଉଁ ଭଳି ଭାବେ କାର୍ଯ୍ୟ କାରି ହେଉଛି ଏହାକୁ ନେଇ ବଡ଼ ପ୍ରଶ୍ନ ବାଚୀସୃଷ୍ଟି ହେଉଛି । ଥୁଆମୂଳ ରାମପୁର ବିଡ଼ିଓ ଭରତ କୁମାର ମେହେର ଙ୍କ ଏସବୁ ଦୃଶ୍ୟ ପ୍ରତି ଦୃଷ୍ଟି ପଡୁଛିକି ନାହିଁ ଏହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଯୋରଧରିଛି ।
