ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ

ଫୋକସ ପ୍ଲସ(କଣିହାଁ)୦୮/୦୯/୨୦୨୨:ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପରାବିଲ ପଂଚାୟତ ଅନ୍ତର୍ଗତ ଗହମ ନଦିଘାଟ ଠାରେ ଏକ ଅଜଣା ବ୍ୟକ୍ତିର ଶବ ବ୍ରାହ୍ମଣୀ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କ ଦ୍ୱାରା ଡଙ୍ଗା ସାହାଯ୍ୟ ରେ ଉଦ୍ଧାର କରାଯାଇଥିଲା। ମୃତ ବ୍ୟକ୍ତି ଜଣକ ଅନୁଗୋଳ ଜିଲ୍ଲା ଖମାର ଥାନା ଅଧୀନରେ ଥିବା ଭାଲିକି ଗ୍ରାମର ଶୁଶାନ୍ତ ସାହୁ। ତାଙ୍କୁ ଯୋଜନା ବଧ ହତ୍ୟା କରାଯାଇଛି ବୋଲି ମୃତ ଶୁଶାନ୍ତଙ୍କ ସ୍ତ୍ରୀ ସୁସମା ସାହୁ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।୪/୦୯/୨୦୨୨ରିଖ ଦିନ ସନ୍ଧ୍ୟା ୭:୩୦ ଘଣ୍ଟିକା ସମୟରେ କଲଣ୍ଡା ପାଖ ରାସ୍ତାରୁ ଶୁଶାନ୍ତ ନିଖୋଜ ହୋଇଯାଇଥିଲେ।ଓ ତାଙ୍କ ମଟର ସାଇକେଲ ରାସ୍ତା କଡରେ ରଖାଯାଇଥିଲା।ଏହି ନିଖୋଜ ଘଟଣା ସମ୍ପର୍କରେ ଖମାର ଥାନାରେ ଏକ ଅଭିଯୋଗ ହୋଇଥିଲା।ପରିବାର ପକ୍ଷରୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ଶୁଶାନ୍ତଙ୍କୁ ପାଇନଥିଲେ।ଆଜି କୋୖଣସି ଏକ ସୂତ୍ରରୁ ଖବର ପାଇ ଦିନ୧୦ଘଣ୍ଟିକା ସମୟରେ ଦେଖିଲେ କି ଜଣେ ବ୍ୟକ୍ତି ଙ୍କ ମୃତ ଦେହ ବ୍ରାହ୍ମଣୀ ନଦୀରେ ଭାସୁଛି।ଏହା ଶୁଣି ପରିବାର ଲୋକେ ଖିଦି ଜାଣିପାରିଲେ କି ସୁସମା ଙ୍କ ସ୍ୱାମୀ ଶୁଶାନ୍ତ ବୋଲି। ତାଙ୍କୁ ନୃସିଂହ ଭାବରେ ହତ୍ୟାକରି ତାଙ୍କ ଶରିରରେ ଏକ ବଡ଼ ପଥର ବାନ୍ଧି ବ୍ରାହ୍ମଣୀ ନଦୀ ରେ ଫିଙ୍ଗି ଦେଇଥିବା ୪ଜଣଙ୍କ ଅଭିଯୁକ୍ତ ହେଲେ ଗୁଲଖ ପ୍ରଧାନ ଓ ତାଙ୍କ ଦୁଇ ପୁଅ,ଅଶୋକ ପ୍ରଧାନ,ଦିପକ ପ୍ରଧାନ,ରଞ୍ଜନ ବେହେରା ନାମରେ ଖମାର ଥାନାରେ ଏକ ଯୋଜନା ବଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ପାଳଲହଡା sdpo,ଆଡିସିନାଲ୍ sp,ସମଲ iic,ଖମାର ପୋଲିସ, ପରାବିଲ୍ ସରପଞ୍ଚ, କଣ୍ଟିଆପସି ସରପଞ୍ଚ,ଓ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ।ତା ପରେ ମୃତ ବ୍ୟକ୍ତିଙ୍କ ଶବେବଛେଦ ପାଇଁ ପାଳଲହଡା ମେଡ଼ିକାଲକୁ ପୋଷ୍ଟବଟମ ପାଇଁ ପଠାଇଥିଲେ।

Leave a Reply

Your email address will not be published. Required fields are marked *