ଫୋକସ ପ୍ଲସ(ଥୁଆମୂଳ ରାମପୁର)୦୮/୦୯/୨୦୨୨: ଫୋକସ ପ୍ଳସ୍ ଓ ଆଞ୍ଚଳିକ ଖବର ର ମହାପ୍ରଭାବ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିପଡିଲା। ଗତ ଅଗଷ୍ଟ ୧୫ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଳକ ପ୍ରଶାସନ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ କାଗଜ ରେ ନିର୍ମିତ ପ୍ରାୟ ୧୦୦/ ରୁ ଉର୍ଦ୍ଧ୍ବ ଜାତୀୟ ପତାକା କୁ ଏକ ପ୍ଳାଟିକ ଦୋଉଡି ମାଧ୍ୟମରେ ମାଳ ତିଆରି କରି ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଟଣା ଯାଇଥିଲା। ବ୍ଳକର କିଛି କର୍ମଚାରୀମାନେ ଅଗଷ୍ଟ ୧୫ ପାଳନ ହେଲା ପରେ ଏହି କାଗଜ ରେ ନିର୍ମିତ ଜାତୀୟ ପତାକା କୁ ଅଣଦେଖା ଏବଂ ଅସମ୍ମାନ କରି ତ୍ରିରଙ୍ଗା ପତାକା ଗୁଡ଼ିକ କୁ ବ୍ଳକ କାର୍ଯ୍ୟାଳୟ ପରିସରର ଅନାବନା ଗଛଲତା ଭିତରେ ଫୋପାଡି ଦିଆ ହୋଇଥିଲା। ଏନେଇ ଫୋକସ ପ୍ଳସ୍ ଓ ଆଞ୍ଚଳିକ ଖବର ରେ ଏକ ଖବର ପ୍ରସାରଣ କରାଗଲା ପରେ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ତରବରିଆ ଭାବରେ ଜାତୀୟ ପତାକା ଗୁଡ଼ିକ କୁ ଅନାବନା ଗଛଲତାରୁ ସଂଗ୍ରହ କରି ନେଇ ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ହେଲେ ବର୍ଷା ରେ ଭିଜି ନଷ୍ଟ ହୋଇ ଯାଇଥିବା ସହିତ ଉଈ ଖାଇ ଯାଇଥିବା ଶତାଧିକ ତ୍ରିରଙ୍ଗା ପତାକାକୁ ବ୍ଳକ ପ୍ରଶାସନ ସୁରକ୍ଷିତ ଭାବେ ରଖିଛନ୍ତି କି ନାଁ ପୁଣିଥରେ ଏହାକୁ ନଷ୍ଟ କରି ଦିଆଯାଇଛି ଏହାକୁ ନେଇ ବଡ଼ ପ୍ରଶ୍ନ ବାଚୀସୃଷ୍ଟି ହେଉଛି। ଏଥିରେ ଖିଲାପ କରିଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଥୁଆମୂଳ ରାମପୁର ବିଡ଼ିଓ ଭରତ କୁମାର ମେହେର କି ପଦକ୍ଷେପ ନେଇଛନ୍ତି ଏନେଇ ଅଞ୍ଚଳ ବାସୀ ଚାହିଁ ରହିଛନ୍ତି।
ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ଫୋକସ ପ୍ଳସ୍ |