ଫୋକସ ପ୍ଲସ(ଆଠମଲ୍ଲିକ)୦୭/୦୯/୨୦୨୨: ପଶ୍ଚିମାଞ୍ଚଳ ଆଦିବାସୀ ଙ୍କ ପରମ୍ପରା କରମା ନାଚ ପ୍ରତିବର୍ଷ ପରି ଏବର୍ଷ ମହା ସମାରୋହ ରେ ପାଳିତ ହୋଇ ଯାଇଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଷୋଳପଦା ଅଂଚଳ ଆମ୍ବାସରମୁଣ୍ଡା ପଂଚାୟତ ଅନ୍ତର୍ଗତ ଭୋଗରା ଗ୍ରାମର ଗେଙ୍ଗୁଷ୍ଟିସାହି ରେ । ଏହି ଉଶ୍ଚଵରେ ଘରୁ କର୍ମନି ଦେବତାଙ୍କୁ ଘଣ୍ଟ ମାଦଳ ବଜାଇ ହରିବୋଲ ହୁଳହୁଳି ଶବ୍ଦ ରେ ଆମନ୍ତ୍ରିତକରି ନିକସ୍ଥ ଏକ ଅସନ ବୃକ୍ଷ କୁ ପୂଜା ବିଧିକରି ପୂଜା ମଣ୍ଡପକୁ ଅଣାଯାଇ ଥାଏ । ପୂଜାମଣ୍ଡପରେ କର୍ମନୀ ଦେବତାଙ୍କୁ ସ୍ଥାପନା କରି ଉପସ୍ଥିତ ଥିବା ମା ଭଉଣୀ ଭାଇ ଦାଦା ଓ ଆଵାଲବୃଦ୍ଧ ବନିତା ପ୍ରସ୍ତୁତ ହୋଇଥିବା ପାଚି ଓ ହାଣ୍ଡିଆ କୁ କୁରେଇ ପତ୍ର ରେ ମନ ଭରି ପ୍ରସାଦ ସେବନ କରି ଥାନ୍ତି । ତାପରେ ବିଭିନ୍ନପ୍ରକାର ଗୀତର ସ୍ୱର ଓ ମାଦଳ ବାଦ୍ୟ ର ତାଳେତାଳେ ପୁଅ ଝିଅ ବୃଦ୍ଧବୃଦ୍ଧ। କାନ୍ଧ କୁ କାନ୍ଧ ଦେଇ ଆତ୍ମବିମୋହର ହୋଇ ନାଚି ଉଠିଥାନ୍ତି ଥାନ୍ତି ଛୋଟ ଛୁଆ ଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ । ସାନ୍ଧ୍ୟ ୮ ରୁ ଆରମ୍ଭ ହୋଇ ତା ପର ଦିନ ସକାଳ ୮ଘଣ୍ଟିକା ପର୍ଯ୍ୟନ୍ତ ଚାଲିଥାଏ ଅନବରତ କରମା ନାଚ । ସର୍ବ ଶେଷରେ ଆଦିବାସୀ ପରମ୍ପରା ଅନୁଯାୟୀ ବିଭିନ୍ନ ପ୍ରକାର ଦେବଦେବୀ ଭକ୍ତ ଙ୍କ ଦେହରେ ଆସି ମାଡ଼ିଥାନ୍ତି ଓ ଭକ୍ତ ମାନଙ୍କୁ ବର ପ୍ରଦାନ କରିଥାନ୍ତି ବୋଲି କୋଡା ସମାଜର ମତ । ଉକ୍ତ ପରମ୍ପରା କୁ କୋଡା ,ମାଟିଆ ସମ୍ପ୍ରଦାୟର ଲୋକ ମାନେ ଆପଣେଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।
ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |