ପୋଲିସ ଆୟୋଜନ କଲେ ରକ୍ତଦାନ ଶିବିର

ଫୋକସ ପ୍ଲସ(ଉଦଳା)୦୫/୦୯/୨୦୨୨: ରକ୍ତଦାନ ଜୀବନ ଦାନ ରକ୍ତଦାନ ମହାପୂଣ୍ୟ, ଉଦଳା ମେଡିକାଲର ରକ୍ତ ଭଣ୍ଡାର ରେ ବିଭିନ୍ନ ସମୟରେ ରକ୍ତର ଅଭାବ ରହୁଥିବାରୁ,ଏହି ଅଭାବ କୁ ପୂରଣ କରିବାର ଲକ୍ଷ ନେଇ ମୟୁରଭଞ୍ଜ ଜିଲ୍ଲା ଉଦଳା ପୋଲିସ ସମିତି ପକ୍ଷରୁ ଉଦଳା ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ଓ ଉଦଳା ଥାନାଧିକାରୀ ନୀରଜ କୁମାର ସାମଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିବାବେଳେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ହୃଷିକେଶ ଖିଲାରୀ ଫିତା କାଟି ରକ୍ତଦାନ ଶିବିରର ସୁଭାରମ୍ଭ କରିଥିଲେ । ରକ୍ତଦାନ ମହତ ଦାନ ରକ୍ତ ବଞ୍ଚାଏ ଶତ ଜୀବନ ଉକ୍ତିରେ ରକ୍ତଦାନ ପାଇଁ ଆଗଭର ଥିବା ଦାତା ମାନେ ପହଞ୍ଚି ନାମ ପଞ୍ଜିକରଣ କରିଥିବା ବେଳେ,ଏହି ରକ୍ତଦାନ ଶିବିରରେ ୧୫୦ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହେବାକୁ ପଞ୍ଜିକୃତ ହୋଇଥିଲା । ପୋଲିସ ବିଭାଗର ଏହି ମହାନିୟତା କାର୍ଯ୍ୟ କର୍ମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି ।

ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *