ଗଜାନନ ପୂଜା ମଣ୍ଡପରେ ଯୋଗଦେଲେ ସମାଜସେବୀ

ଫୋକସ ପ୍ଲସ(ନୟାଗଡ଼)୪/୦୯/୨୦୨୨: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା ଗ୍ରାମପଞ୍ଚାୟତର ଘଡେଇବନ୍ଦ ଗ୍ରାମରେ ଗଜାନନ ପୂଜା ଉତ୍ସବ ରେ ଯୋଗଦେଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ସମାଜସେବୀ ଶ୍ରୀହରି ନାୟକ |ଯେତେବେଳେ ଶ୍ରୀହରି ନାୟକ ବାହାଡାଝୋଲା ହାଟ ଛକ ରେ ପହଂଚିଥିଲେ ସେତେବେଳେ ଘଡେଇବନ୍ଧ ଗ୍ରାମର ଶତାଧିକ ଜନସାଧାରଣ ବିଶାଳ ଶୋଭାଯାତ୍ରା ରେ ବାଜା ବଜାଇବା ସହ ବାଣ ଫୁଟାଇ ସ୍ୱାଗତ କରି ବାହାଡାଝୋଲା ହାଟଚ୍ଛକ ଠାରୁ ଘଡେଇବନ୍ଧ କୁ |ଶହ ଶହ ସଂଖ୍ୟାରେ ଅସନ୍ତୁଷ୍ଟ ବିଜୁ ଜନତା ଦଳ ର କର୍ମୀ ମାନେ ମଧ୍ୟ୍ୟ ଏହି ଶୋଭାଯାତ୍ରା ରେ ଯୋଗଦେଇଥିଲେ |ଘଡେଇବନ୍ଧ ଗ୍ରାମରେ ଶ୍ରୀହରି ନାୟକ ପହଂଚିଲା ପରେ ଘଡେଇବନ୍ଧ ଗ୍ରାମର ମାଆ ମାନେ ହରିବଲ ହୁହହୁଳି ଦେଇ ପାଛୋଟି ନେଇଥିଲେ |ମାଆ ମାନଙ୍କର ଭଲ ପାଇବଦେଖି ଶ୍ରୀହରି ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଗ୍ରାମବାସୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ଏବଂ କହିଥିଲେ ଜୀବନରେ ଏଖୁସିର ମୁହୂର୍ତ୍ତ କୁ କେବେ ଭୁଲି ପାରିବେ ନାହିଁ |ପରବର୍ତୀ ସମୟରେ ଗଜାନନ ଙ୍କ ଦର୍ଶନ ସାରି ଶ୍ରୀହରି ନାୟକ ସାଂସ୍କୃତିକ ମଣ୍ଡପ ରେ ଯୋଗ ଦେଇଥିଲେ |ଏହି କାର୍ଯ୍ୟକ୍ରମ ରେ ବେରୁଆଁବାରି ଗ୍ରାମପଞ୍ଚାୟତର ଯୁବ ସମାଜସେବୀ ଭବାନୀ ପ୍ରସାଦ ଦେଓ ମଧ୍ୟ୍ୟ ଯୋଗଦେଇଥିଲେ |ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ କାର୍ଯକଳାପ ଉପରେ ଶ୍ରୀହରି ନାୟକ ଜୋର ବର୍ଷୀଥିଲେ ଏବଂ କହିଥିଲେ ଯୁଗେ ଯୁଗେ ଧର୍ମ ର ଜୟ ହୋଇଛି ଯେତେବେଳେ ପାପ ବଢ଼େ ସେହି ସମୟରେ ଭଗବାନ ପାପି ଙ୍କ ବିନାଶ ପାଇଁ ଏ ଧରାପୃଷ୍ଟରେ ଅବତରଣ କରନ୍ତି ଏବଂ ମୁଁ ଆପଣଙ୍କ ପାଖରେ ଅଛି ଆଗକୁ ମଧ୍ୟ୍ୟ ରହିବି |ପାରିପାର୍ଶ୍ଵିକ ଘଟଣା କିଛି ବୁଦ୍ଧିଜୀବୀ ଙ୍କ କଥା ଉପରେ ନଜର କଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବାରମ୍ବାର ବିଧାୟକ ପରିବର୍ତ୍ତନ କରିବା ଦ୍ୱାରା ଏଭଳି ରାଜନୀତି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଥିବା ଆଲୋଚନା ହେଉଛି | ମିଳିଥିବା ସୂଚନା ଅନୁଯାଇ ପ୍ରତେକ ଥର ବିଧାନସଭା ନିର୍ବାଚନ ପୃବରୁ ବିଜୁ ଜନତା ଦଳ ରେ ଗୋଷ୍ଠୀ କନ୍ଦଳର ହାଇଡ୍ରାମା ହେଉଥିବା ଅଭିଯୋଗ ହେଉଛି |ବିଗତ ଦିନ ରେ ଦଶପଲ୍ଲା ର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ ବିଧାୟକ ଙ୍କ ସମୟ ରେ ବର୍ତମାନ ର ବିଧାୟକ ରମେଶ ବେହେରା ମଧ୍ୟ୍ୟ କିଛି ଅସନ୍ତୁଷ୍ଟ କର୍ମୀ ଙ୍କୁ ନେଇ ଟିକେଟ ଲବି ରେ ରହିଥିଲେ ଏବଂ ଟିକେଟ ମଧ୍ୟ୍ୟ ପାଇଥିଲେ |

 

ନୟାଗଡ଼ ଜିଲ୍ଲା ରୁ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *