ନୂଆଖାଇରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ

ଫୋକସ ପ୍ଲସ(ବ୍ୟୁରୋ)୨୯/୦୮/୨୦୨୨: ଆସୁଛି ନୂଆଖାଇ ସଜବାଜ ହେଲେଣି ପଶ୍ଚିମ ଓଡିଶା ବାସୀ | ଦୀର୍ଘ ୨ ବର୍ଷ କୋରନା ପାଇଁ ପର୍ବପର୍ବାଣି ଉପରେ କଟକଣା ଲଗାଯାଇଥିଲା |ଚଳିତ ବର୍ଷ ନୂଆଖାଇ ଧୂମାଧମରେ ପାଳନ କରାଯିବା ନେଇ ବେଶ ଉତ୍ସାହିତ ଅଛନ୍ତି ପଶ୍ଚିମ ଓଡିଶା ବାସି |ତେବେ ଆସନ୍ତା ସେପ୍ଟେମ୍ବର ୧ ତାରିଖ ନୂଆଖାଇରେ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ ଏବଂ ଏହା ସହ ଜଡିତ ସମସ୍ତ ଅନୁଷ୍ଠାନ | ରାଜସ୍ବ ବିଭାଗ ପକ୍ଷରୁ ୧ ତାରିଖ ପୂର୍ବରୁ ଏହି ଘୋଷଣା କରାଯାଇଥିବା ସୂଚନା ରହିଛି |ନୂଆଖାଇ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଏହାକୁ ପଶ୍ଚିମ ଓଡ଼ିଶାରେ ମୁଖ୍ୟ ପର୍ବ ଭାବରେ ମହା ଆଡମ୍ବରେ ପାଳନ କରାଯାଏ lନୂଆଖାଇରେ ସରକାରୀ ଛୁଟି ମଞ୍ଜୁର କରାଯିବ ପାଇଁ ଜୋରଦାର ଦାବି କରିଥିଲେ ପଶ୍ଚିମ ଓଡିଶା ବାସୀ |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *