ଫୋକସ ପ୍ଲସ(ମାଲକାନଗିରି)୨୯/୦୮/୨୦୨୨: ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଲେ କୋମଳମତି କୁନି କୁନି ଛାତ୍ର।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମୁରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କଂସାରିପୁଟ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପଧାନ ଶିକ୍ଷକ ପୁରୁଷୋତ୍ତମ ବେହେରା ବିଦ୍ୟାଳୟର କୁନି କୁନି ଛାତ୍ର ମାନଙ୍କୁ ନିୟୋଜିତ କରାଇ ଭଙ୍ଗା ପାଚେରୀ କୁ ମରାମତି କରାଉଥିବା ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।ଯାହା ଶିଶୁ ଶ୍ରମିକ ଆଇନକୁ ମଧ୍ୟ ଖୋଲାଖୋଲି ଭାବେ ଉଲଂଘନ କରୁଛି ।ଏହି ଖବର ଜିଲ୍ଲା ଶିକ୍ଷା ଅଧିକାରୀ ଜାଣିବା ପରେ ତଦନ୍ତ କରାଯିବ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ କେବେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।
ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।