ଫୋକସ ପ୍ଲସ(ଆଠମଲ୍ଲିକ ସହର)୨୩/୦୮/୨୦୨୨: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ଗ୍ରାମ ପଞ୍ଚାୟତର ସିଆବେରେଣି (ଭାଲୁନଟି ) ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ୱାର୍ଡମେମ୍ବର ଦମୟନ୍ତୀ ସାହୁଙ୍କ ନେତୃତ୍ୱରେ ସୋମବାର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ତରଣୀ ସୁନାଙ୍କୁ ଏକ ଦାବିପତ୍ର ଦେଇଥିବା ଜଣାପଡିଛି l ଏହି ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଭଳି ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି l ଏହି ଗ୍ରାମଦେଇ କନ୍ଧପଡା ନାଳ ପ୍ରଭାହିତ ହେଉଥିବାରୁ ବର୍ଷାଦିନରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଉଛି l ଛାତ୍ର ଛାତ୍ରୀମାନେ ସ୍କୁଲ ଯିବା, ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବା କରିବା ଭଳି କାର୍ଯ୍ୟରେ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଲଗାଣ ବର୍ଷା ସହିତ ମନଜୋର ଡ୍ୟାମରୁ ପାଣି ନିଷ୍କାସିତ ହେବାଦ୍ବାରା ଜଳସ୍ଥର ବୃଦ୍ଧି ପାଇବାରୁ ଗ୍ରାମର ଛାତ୍ରୀ ଛାତ୍ର ସ୍କୁଲକୁ ଯାଇନପାରି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ l ବର୍ଷା ଦିନରେ କନ୍ଧପଡା ନାଳରେ ଜଳସ୍ଥର ବୃଦ୍ଧି ପାଇଲେ ପାତ୍ରପଡା ଓ ଗୁଦଗୁଦି ଗ୍ରାମ ଦେଇ ଗ୍ରାମବାସୀ 12 କିଲୋମିଟର ଅଧିକ ରାସ୍ତା ଦେଇ ବାହାରକୁ ଯିବାକୁ ପଡେ ତେଣୁ ପ୍ରଶାସନ ତରଫରୁ କନ୍ଧପଡା ନାଳରେ ପୋଲ ନିର୍ମାଣ କରି ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିବା ସହିତ ଦଶହରା ଭିତରେ ପଦକ୍ଷେପ ନନେଲେ ଆନ୍ଦୋଳନାତ୍ମକ କାର୍ଯ୍ୟକୁ ହାତକୁ ନିଆଯିବ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି l ଦାବିପତ୍ରର ନକଲ କପି ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିଥିବା ଜଣାପଡିଛି l
