ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ବସ୍ତା ବିଧାୟକ

ଫୋକସ ପ୍ଲସ(ବାଲିଆପାଳ)୨୨/୦୮/୨୦୨୨: ସୁବର୍ଣ୍ଣରେଖା ନଦୀ ରେ ବନ୍ୟା ପାଣୀ ରୁ ସୁରକ୍ଷା ପାଇଁ ବାଲେଶ୍ୱର ଜିଲ୍ଲାପାଳ ଙ୍କ ସହିତ ସରପଞ୍ଚ ମାନେ ମଧ୍ୟ ନଦୀ ପାଖରେ ଥିବା ଲୋକଙ୍କୁ ସତର୍କ କରିବା, ଉଚ୍ଚ ସ୍ଥାନକୁ ଯିବାପାଇଁ ନିବେଦନ କରିଥିଲେ l ସ୍କୁଲ, ବାତ୍ୟା ସ୍ଥଳ ପ୍ରଭୋତି ସ୍ଥାନ ଗୋଡ଼ିକ ପରିଦର୍ଶନ ପାଇଁ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସମାଜସେବୀ ରବୀନ୍ଦ୍ର ଅଣ୍ଡିଆ ଥିଲେ l ପରିଦର୍ଶନ କରି ଆସିବା ପରେ ବିଧାୟକ ବ୍ଲକ ପରିସରରେ BDO ଦୀପକ କୁମାର ଦାସ,ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ସମାଜସେବୀ ସୁବାସିନୀ ଜେନା,ଜିଲ୍ଲା ପରିଷଦ ଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଆଲୋଚ୍ୟ ବିଷୟ ଥିଲା ଲୋକଙ୍କ ପାଇଁ କେଉଁ କେଉଁ ସୁବିଧା କରାଯାଇଛି ବା କରାଯାଇପାରିବ, ଲୋକଙ୍କ ରହିବା, ଖାଇବା, ଯେଉଁ ମାନେ ପାଣୀ ଘେରରେ ରହି ଯାଇଛନ୍ତି ତାଙ୍କୁ ଉଦ୍ଧାରକରି ଉଚ୍ଚା ସ୍ଥାନକୁ ଆଣିବା ପ୍ରଭୁତି ବିଷୟରେ ଆଲୋଚନା କରାଯାଇ ଥିବା ଜଣାପଡିଛି l ବିଶେଷ କରି ବନ୍ୟା ଅଂଚଳ ରେ ସମସ୍ତେ କେମିତି ସୂଚନା ପାଇପାରିବେ ସେଥିପାଇଁ ଆଲୋଚନା ହୋଇଥିଲା l ଶୁଖିଲା ଖାଦ୍ୟ ସହିତ ରନ୍ଧା ଖାଦ୍ୟ ସମସ୍ତଙ୍କ ପାଇଁ ବ୍ୟବସ୍ତା କରାଯାଇଛି ବୋଲି BDO କହିଥିଲେ l

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *