ଫୋକସ ପ୍ଲସ(ଉଦଳା)୨୧/୦୮/୨୦୨୨: ମୟୂରଭଞ୍ଜ ର ମାଂସ ମୁଡି ସାରା ରାଜ୍ୟରେ ବେଶ୍ ଆଦୃତ ଥିବା ବେଳେ ତାକୁ ଟପିଲାଣି ଏବେ ମୟୂରଭଞ୍ଜର ଚୋରା ଦେଶୀ ମହୁଲି ମଦ । ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡର ଚୋରା ଦେଶୀମଦ ର ଚେର ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଉଦଳା ପୋଲିସକୁ ମିଳିଛି ସଫଳତା କୌଣସି ବିଶେଷ ସୂତ୍ରରୁ ସୁରାଗ୍ ଉଦଳା ପୋଲିସ ପାଇ ଥିବାବେଳେ ଏହି ଚୋରା ମଦ କାରବାରକୁ ଧରିବାରେ ସଫଳ ହୋଇଛି ଉଦଳା ପୋଲିସ । ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରୁ ଭାୟା ଉଦଳା ହୋଇ ଭୁବନେଶ୍ୱର ଯାଉଥିବା ରାଜା ବାବୁ ନାମକ ଘରୋଇ ବସ ରେ ଏହି କାରବାର ଚାଲିଥିଲା ବେଳେ ଉଦଳା ପୋଲିସ ବସରୁ ୨୦୦ଲିଟର୍ ରୁ ଉର୍ଦ୍ଧ୍ବ ଦେଶୀମଦ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ତେବେ ବିଳମ୍ବିତ ରାତ୍ରୀ ସମୟରେ ପୋଲିସ ବିଭାଗ ଦ୍ୱାରା ଚେକିଙ୍ଗ୍ କମ ହେଉ ଥିବାରୁ ଚୋରା ଦେଶୀମଦ ବ୍ୟବସାୟୀ ମାନେ ବଡ଼ ବଡ଼ ଲଗେଜ୍ ବ୍ୟାଗ୍ ରେ ଦେଶୀମଦ କଟକ ସମେତ ରାଜଧାନୀ କୁ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳିଛି ।ଏହି ଚୋରା ମଦ ଖୁଣ୍ଟା ଅଞ୍ଚଳରୁ କଟକ ନେଉଥିବା ଅମ୍ବିକା ଦେଇପୁର ଗ୍ରାମର ବିଜୟ ମୁର୍ମୁ ପ୍ରକାଶ କରିଛି l ଉଦଳା ପୋଲିସ ବସ ର ହେଲ୍ପର, କଣ୍ଡକ୍ଟର ଓ ଚୋରା ମଦ ଚାଲାଣ ରେ ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି, ବସରେ ପାଖାପାଖି ବହୁତ ଯାତ୍ରୀ ଥିବା ବେଳେ ଦୀର୍ଘ ସମୟ ଧରି ଉଦଳା କପ୍ତିପଦା ରାସ୍ତାର କେନାଲ ନିକଟରେ ବସଟି ଦୀର୍ଘ ସମୟ ଧରି ଛିଡା ହୋଇ ଥିବା ବେଳେ, ଯାତ୍ରୀ ମାନେ ହତସନ୍ତ ହେଉଥିବା ବେଳେ ବିଳମ୍ବିତ ରାତ୍ରି ରେ ଅନ୍ୟ ଏକ ଘରୋଇ ବସ ରେ ଯାତ୍ରୀ ମାନେ ଭୁବନେଶ୍ୱର ଯାଇଛନ୍ତି |
ଉଦଳା ରୁ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |