ଫୋକସ ପ୍ଲସ(ଛେଣ୍ଡିପଦା)୨୦/୦୮/୨୦୨୨: ରାଜ୍ୟରେ ଗତ କିଛି ହେବ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଲଘୁଚାପଜନିତ ଲଗାଣ ବର୍ଷାରେ ମାଡି ବସିଲା ଘର । ସୂଚନାଥାଉକି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ତୁକୁଡ଼ା ଗ୍ରାମର ଭଜମନ ପଲେଇ ଏବଂ ତାଙ୍କ ପରିବାର ଶୋଇଥିବା ଅବସ୍ଥାରେ ଲଗାଣ ବର୍ଷା ତାଙ୍କ ଉପରେ ଦାଉ ସାଧିଛି ।ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ,କିନ୍ତୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଘରର ସମସ୍ତ ଆସବାବପତ୍ର ବର୍ଷାରେ ଭିଜୁଛି ,ଏଯାଏଁ କୌଣସି ପ୍ରଶାସନ ତାଙ୍କ ନିକଟରେ ପହଂଚି ପାରିନି ।ତେବେ ଏଭଳି ପରିସ୍ଥିତି ରେ ବର୍ତ୍ତମାନ ସେ କୋଉଠି ରହିବେ କଣ ଖାଇବେ ତାକୁ ନେଇ ଚିନ୍ତାରେ ପରିବାର ଲୋକ । କିଛି ଆସବାବପତ୍ର ନଷ୍ଟ ହୋଇଯିବାର ମଧ୍ୟ ସୂଚନା ରହିଛି ।ତେବେ ତୁରନ୍ତ କୌଣସି ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ନିବେଦନ କରିଛନ୍ତି ।
ଛେଣ୍ଡିପଦା ରୁ ଶକ୍ତିକାନ୍ତ ଦେହୁରୀଙ୍କ ରିପୋର୍ଟ ଫୋକସ ପ୍ଲସ |