ପୁଅକୁ ଇଞ୍ଜେକସନ ଦେବାପାଇଁ ମାଆ ଓ ବାପାଙ୍କ ସଙ୍ଘର୍ଷ

ଫୋକସ ପ୍ଲସ(କଣାସ)୧୯/୦୮/୨୦୨୨: ପୁରୀ ଜିଲା କଣାସରୁ ଆସିଲା ବିକଳ ଚିତ୍ର । ବନ୍ୟା ବିଭସିକା ଭିତରେ ପୁଅର ଜୀବନ ବଞ୍ଚାଇବା ପାଈଁ ମାର ଜଳ ସଙ୍ଘର୍ଷ । ଏମିତି ଏକ ଦୃଶ୍ୟ ଆସି ପହଞ୍ଚିଛି କଣାସ ପାଣ୍ଡିଆକେରା ପଞ୍ଚାୟତ ର ଘରଛିଆ ଗ୍ରାମରୁ । 7 ବର୍ଷ ର ପୁଅକୁ କୁକୁର କାମୁଡିବା ପରେ ଟୀକା ପାଈଁ 2 ଦିନ ବନ୍ୟା ଜଳ ର ପ୍ରଖର ସ୍ରୋତରେ ଲହୁଲୁହାଣ ହଲେ ମା ପିଠିରେ ପକେଇ ବିପଦ ପୂର୍ଣ୍ଣ ବନ୍ୟା ଜଳ କୁ ଖାତିରି ନକରି କଣାସ ମେଡିକାଲ ରେ ପହଞ୍ଚି ଲେ । କୁକୁର କାମୁଡା ଇଞ୍ଜେକସନ ଦେବା ପାଇଁ ବନ୍ୟା ଜଳ ଯନ୍ତ୍ରଣା ରେ ୨ଦିନ ଦୌଡ଼ାଇଲେ ।କଣାସ ମେଡ଼ିକାଲ ର ଡାକ୍ତର ଆଜି ପୁନର୍ବାର ଆସି ମେଡିକାଲ ଡାକ୍ତର ଙ୍କ ପରାମର୍ଶ ପରେ ଡାକ୍ତ ର କହିଲେ ଏଥିରେ ମୋର ନଲେଜ ନାହିଁ ଏଇଟା ପେଡିୟଟ୍ରିକ ଡୋଜ , ଏଥିପାଇଁ ପ୍ରଶିକ୍ଷଣ ନେଇନାହିଁ, ଏ ବାବଦରେ ମୋର ଅଭିଜ୍ଞତା ନାହିଁ ବୋଲି ପୁଅର ଅଭିଭାବକ ଙ୍କୁ ସିଧା ସିଧା ମନାକରିଦେଲେ । ଏଠି ପ୍ରଶ୍ନ ଉଠୁଛି ଡାକ୍ତରଙ୍କ ସିଟ କୁ ଅପବେଭାର କରାଯାଉନି ତ । ଅନେକ ସମୟରେ ରୋଗୀଙ୍କୁ ଚିକିତ୍ସା କରିବାରେ ଡାକ୍ତର ଙ୍କ ଅବହେଳା ହେଉଥିବା ର ପୁଳା ପୁଳା ଅଭିଯୋଗ ସାମ୍ନାକୁ ଆସିଛି । ଆଉମଧ୍ୟ ସରକାରୀ ମେଡ଼ିସିନ କୁ ରୋଗୀଙ୍କୁ ନଦେଇ ଏକ୍ସପେଆର କରି ମେଡ଼ିକାଲ ର ପରିସର ମଧ୍ୟରେ ଥିବା ଅଳିଆଗଦାରେ ପୋଡ଼ିଦେବାର ଦୁର୍ଶ୍ୟ ପ୍ରମାଣ ରହିଛି ।ଆସନ୍ତୁ କାର୍ଯ୍ୟରତ ଡାକ୍ତର ଙ୍କ ସେହି କଏଦ ହୋଇଥିବା ଚିତ୍ର ରେ କଣ କହିଛନ୍ତି ଟିକେ ଭଲଭାବେ ନଜର ପକାଇବା ।
ଏବେ ବର୍ତ୍ତମାନ ସୁଦ୍ଧା ଡାକ୍ତର ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କୁକୁର କାମୁଡିଥିବା ପିଲାଟିକୁ ଡାକ୍ତର ଇଞ୍ଜେକସନ ଦେଇ ଘରକୁ ଛାଡିଥିବା ବେଳେ ଏପଟେ ଏହି ଘଟଣା ପ୍ରତି ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଡ଼ିଓ ଲୋଚନ ଦାସ ।

କଣାସ ରୁ ସୈ।ମ୍ୟ କାନ୍ତ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *