ପାଠପଢା ଛାଡି ସଉଦା ଚାଲିଛି ବିଦ୍ୟାଳୟରେ

ଫୋକସ ପ୍ଲସ(ବସ୍ତା)୧୭/୦୮/୨୦୨୨: ବସ୍ତା ବ୍ଲକ୍ ସଦାନନ୍ଦପୁର ଉପ୍ରା ବିଦ୍ୟାଳୟ ରେ ପାଠପଢା ଛାଡ଼ି ମଧ୍ୟାହ୍ନ ଭୋଜନ ସଉଦା କିଣୁଛନ୍ତି ତୃତୀୟ ଶ୍ରେଣୀର ଛାତ୍ର। ସରକାରୀ ବିଦ୍ୟାଳୟରେ ଏମିତି ଚାଲିଛି ପାଠ ପଢା ସରକାରୀ ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକଙ୍କ ଗୂମସ୍ତା ସାଜିଛନ୍ତି ବିଦ୍ୟାଳୟର ତ୍ରୁତୀୟ ଶ୍ରେଣୀ ଛାତ୍ର। ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥିବା କୁନି ବିଦ୍ୟାର୍ଥୀଙ୍କୁ ପ୍ରଧାନ ଶିକ୍ଷକ ପ୍ରତ୍ୟେକ ଦିନ ପାଠ ପଢା ସମୟରେ ମଧ୍ୟାନ୍ନ ଭୋଜନ ପାଇଁ ସଉଦା ଆଣିବାକୁ ପଠାଉଛନ୍ତି। ଯାହାର ଭିଡିଓ ଏବେ mobile ରୁ mobile କୁ ଭିଡ଼ିଓ viral ହେଉଛି । ବିଦ୍ୟାଳୟରେ ଯେଉଁଠି ସରକାର ବସ୍ତାନି ବୋଝ ବହିବାକୁ କୁନି ପିଲାଙ୍କୁ ବାରଣ କରିଛନ୍ତି ସେଠାରେ ଶିକ୍ଷକ ପରିବା ସଉଦା ବେଗ ର ବୋଝ ବୁହାଉଛଁତି।ଯାହା ବିଦ୍ୟାଳୟ ଗାଇଡ଼ଲାଇନ କୁ ସମ୍ପୂର୍ଣ୍ଣ ଉଲଂଘନ କରୁଛି। ଏପରି ସମ୍ବେଦନ ଶୀଳ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନ ସଦାନନ୍ଦ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପରିଡା ଜଣେ ତ୍ରୁତୀୟଶ୍ରେଣୀ ଛାତ୍ରଙ୍କୁ ସ୍ଥାନୀୟ ଦୋକାନରୁ ମଧ୍ୟାନ୍ନ ଭୋଜନ ସଉଦା ଆଣିବାକୁ ପଠାଇଥିଲେ। ପିଲାଟି ଦିନ ଏଗାରଟା ସମୟରେ ବିଦ୍ଯାଳୟର ବାହାରେ ସଉଦା ଦୋକାନରୁ ସଉଦା ନେଇ ବିଦ୍ୟାଳୟକୁ ଯାଉଥିବା ବେଳେ ଜଣେ ଗ୍ରାମବାସୀ ଏହି ଭିଡିଓ ଟି ଉଠାଇ ଥିଲେ। ପରେ ସେ ପିଲାଟିକୁ ପଚାରିବାରୁ ପିଲାଟି ପ୍ରଧାନ ଶିକ୍ଷକ ତାଙ୍କୁ ସବୁ ଦିନ ସଉଦା ଆଣିବାକୁ ପଠାନ୍ତି ବୋଲି କହିଥିଲେ। ତେବେ ଖାଲି ଏହି ଘଟଣା ନୁହେ ବିଦ୍ୟାଳୟର ପାଇଖାନା ସଫା କରିବା ସହିତ ଅନ୍ୟାନ୍ୟ ବହୁ କାର୍ଯ୍ୟ ଯାହା କୁନି କୁନି ପିଲା ମାନେ କରିବା କଥା ନୁହେ ତାହା ପ୍ରଧାନ ଶିକ୍ଷକ କରାଉ ଥିବା ବିଦ୍ୟାଳୟର ଅଭିବାବକ ମାନେ ଅଭିଯୋଗ କରିଛନ୍ତି। ତେବେ ଘଟଣାକୁ ପ୍ରଧାନ ଶିକ୍ଷକ ବିଜୟ ପରିଡ଼ା ନିଜେ ଶିକାର କରିଛନ୍ତି |

ବସ୍ତା ରୁ ଚାନ୍ସେଲର ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *