ଫୋକସ ପ୍ଲସ(ପାଟଣାଗଡ଼)୧୩/୦୮/୨୦୨୨: ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଉତ୍ସବର ମାହୋଲ ସୃଷ୍ଟି ହୋଇଯାଇଛି ! ଆଜାଦି କା ମହୋତ୍ସବ ପାଳନ ନେଇ ବିଭିନ୍ନ ସ୍ଥାନରେ ନାନା ପ୍ରକାର କାର୍ଯ୍ୟକ୍ରମ ପ୍ରସ୍ତୁତି ହୋଇଛି | ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ସବଡ଼ିଭିଜନ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଘୁନସର ଗ୍ରାମରେ ଥିବା ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଐଶର୍ଯ୍ୟ ଶେଖର ଦେବତାଙ୍କ ଅଧ୍ୟକ୍ଷତାରେ ଜାତୀୟ କୃମି ଦିବସ ଏବଂ ନିଶା ମୁକ୍ତ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପରିଚାଳନା କମିଟିର ସଭାପତି ବିକାଶ ଦାସ ଯୋଗଦାନ କରିଥିଲେ |ଏହି ଅବସରରେ ନିଶା ନିବାରଣ ନେଇ ସମୂହ ପାଠ ମଧ୍ୟ କରିଥିଲେ |ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସିଏଚଓ ସ୍ବପ୍ନଲତା ସ୍ୱାଇ ଏବଂ ଆଶାକର୍ମୀ ରୁଖ ନିଆଲ ଜାତୀୟ କୃମି ଦିବସ ଅବସରରେ କୃମି ରୋଗ ସମ୍ପର୍କ ବିଷୟରେ ବୁଝାଇ ବିଦ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କୃମି ବଟିକା ଖାଇବା ପାଇଁ ଦେଇଥିଲେ ! ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷକ ରଥ ଗୁରୁ ଏବଂ ଡୋଲlମଣୀ ପଧାନ ସହଯୋଗ କରିଥିଲେ |ପରେ ପରେ ଏକ ସଚେତନତା ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲେ |ଆସନ୍ତା ଅଗଷ୍ଟ 15 ତାରିଖ ପାଇଁ ବିଦ୍ୟାଳୟର ଛାତ୍ର/ ଛାତ୍ରୀ ମାନଙ୍କୁ ନେଇ ଏକ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲl ! ଉକ୍ତ ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇଥିବା ଛାତ୍ର/ ଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସ ଦିନ ଆମନ୍ତ୍ରିତ ଅତିଥି ମାନଙ୍କ ଗହଣରେ ପୁରସ୍କୃତ କରାଯିବ ନେଇ ପ୍ରଧାନ ଶିକ୍ଷକ ସୂଚନା ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀ ଉସତ ଗଡତିଆ, ଗୌର ମାଝୀ, ଦୀପlଞ୍ଜଳି ପ୍ରଧାନ, ଝରଣା କର, ରଥ ଗୁରୁ, କୃଷ୍ଣଧର ପାତ୍ର, କାନ୍ହୁ ଚରଣ ସାହୁ, ଦୁର୍ଯୋଧନ ସାହୁ, ଏବଂ ଅଲେଖ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ |
ପାଟଣାଗଡ଼ ରୁ ଗଣେଶ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ |
