ଫୋକସ ପ୍ଲସ(ପଳାସର)୧୦/୦୮/୨୦୨୨: ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡା ପଂଚାୟତର ପାତାଳସିଙ୍ଗି ଗ୍ରାମରେ ଜମିବାଡ଼ି କୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି l ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗ୍ରାମର ପଞ୍ଚୁ ସାହୁ (୫୫ ) । ମୃତକଙ୍କ ଭାଇ ବିଦ୍ୟାଧର ସାହୁ ଙ୍କ ସୂଚନା ପ୍ରକାରେ ପଞ୍ଚୁ ସାହୁ ନିଜ ଜମିରେ ଚାଷ କରୁଥିବା ବେଳେ ସେହି ଗ୍ରାମର ସୁବଳ ସାହୁ ଓ ତାଙ୍କ ୩ ପୁଅ ମନୋଜ କୁମାର ସାହୁ, ଶଙ୍କର ସାହୁ, ସୁମନ୍ତ ସାହୁ ମିଶି ସଙ୍ଘବଧ ଭାବେ ଏକ ଧାରୁଆ ଟାଙ୍ଗିଆ, କାତି, ହାମାର ସାହାଯ୍ୟରେ ପଞ୍ଚୁକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣ ରେ ପଞ୍ଚୁଙ୍କ ପେଟ, ଗୋଡ ଓ ମୁହଁ ରେ ଗଭୀର ଆଘାତ ଲାଗିଥିଲା । ଆକ୍ରମଣ ପରେ ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ପୋଲସରା ଥାନା ପୋଲିସ ଘଟଣା ସ୍ଥଳରୁ ସ୍ଥଳରେ ପହଞ୍ଚି ଏକ ଅଟୋରେ ଗୁରୁତର ଅବସ୍ଥାରେ ଥିବା ପଞ୍ଚୁ କୁ ଆଣି ପୋଲସରା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ପଞ୍ଚୁ କୁ ମୃତ ଘୋଷଣା କରିଥିଲେ। ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ଶବ ଇନ୍ସପେକ୍ଟର କୃଷ୍ଣ ସାହା ପ୍ରମୁଖ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ଶବକୁ ଜବତ କରିଥିଲେ । ଏନେଇ ଥାନା କେସ ନଂ ୩୧୨/୨୦୨୨ ଏକ ହତ୍ୟା ମାମଲା ରୁଜ୍ଜୁ କରା ଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଛନ୍ତି। ପୋଲିସ ଘଟଣାରେ ସଂପୃକ୍ତ ଥିବା ଆସାମୀ ମାନଙ୍କୁ ଖୋଜା ଚାଲିଛି ବୋଲି ଆଇଆଇସି ଶ୍ରୀ ମଲ୍ଲିକ ସୁଚନା ଦେଇଛନ୍ତି।
ପଳାସର ରୁ ମଣ୍ଟୁ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ।