କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ତାଲିମ କର୍ମଶାଳା ଉଦ୍ଯାପିତ

ଫୋକସ ପ୍ଲସ(ଉଦୟଗିରି)୦୭/୦୮/୨୦୨୨ :ସ୍ଥାନୀୟ ବନାଞ୍ଚଳ ଅନ୍ତର୍ଗତ ମାଲିକପାଡି ଗ୍ରାମ ପଂଚାୟତ ଅଧିନସ୍ଥ ସିର୍କି ଗ୍ରାମରେ ସ୍ବେଛାସେବୀ ଅନୁଷ୍ଠାନ ପାହାଡ଼ ତରଫରୁ ପୁରୁଷ ଓ ମହିଳା ଅଣ ସଙ୍ଗ ଠିତ କୁଶଳୀ / ଅଣ କୁଶଳୀ ଶ୍ରମିକ ମାନଙ୍କୁ ନେଇ ଅନୁଷ୍ଟିତ ଦୁଇ ଦିନିଆ ତାଲିମ କର୍ମଶାଳା ଉଦଯାପିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଝରଣା ପ୍ରଧାନ ଯୋଗଦେଇଥିଲେ।ଅନ୍ୟତମ ଅତିଥି ଭାବେ ଜି.ଉଦୟଗିରି ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା,ଆମ ଜଙ୍ଗଲ ଯୋଜନାର ଟିମ ଲିଡର ରମେଶ କୁମାର ବେହେରା,ଶ୍ରମ ମନ୍ତ୍ରାଳୟ ବ୍ରହ୍ମପୁରର ଆଞ୍ଚଳିକ ନିର୍ଦ୍ଦେଶକ ସଳୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଆମ ଜଙ୍ଗଲ ଯୋଜନାର ଟିମ୍ ଲିଡର ଶ୍ରୀ ବେହେରା ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କୁ ସ୍ୱାଗତ କରିବା କରିଥିଲେ l ଶ୍ରମ ମନ୍ତ୍ରଣାଳୟ ବ୍ରହ୍ମପୁର ର ଆଞ୍ଚଳିକ ନିର୍ଦେଶକ ଶ୍ରୀ ବେହେରା ଶ୍ରମିକ ମାନଙ୍କୁ ତାଲିମ ଦେବା ସହ ନିକଟସ୍ଥ ଜନସେବା କେନ୍ଦ୍ର ସହ ଯୋଗାଯୋଗ କରି ୧୦ ଗୋଟି ଇ ଶ୍ରମ କାର୍ଡ ଏବଂ ୧୦ ଗୋଟି ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ ଧନ ପେନସନ କାର୍ଡ କରାଇଥିଲେ। ଏଥି ସହ ବେଟି ପଢ଼ାଓ ବେଟି ବଚାଓ ନିମନ୍ତେ ଛାତ୍ରୀଙ୍କୁ ମାଗଣାରେ ଚପଲ ବଣ୍ଟନ କରାଯାଇଥିବା ବେଳେ ବନପାଳ ରଶ୍ମିତା ବକ୍ସି,ଉରସିଲା ପ୍ରଧାନ, ନିତ୍ୟାନନ୍ଦ ବେହେରା, କେ. ମମତା ଆଚାରୀ ସହଯୋଗ କରିଥିଲେ l

 

Leave a Reply

Your email address will not be published. Required fields are marked *