ଚିକିତ୍ସା ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ

ଫୋକସ ପ୍ଲସ(ନୀଳଗିରି)୦୫/୦୮/୨୦୨୨ : ଚିକିତ୍ସା ଅବହେଳା ପାଇଁ ଚାଲି ଗଲା ୭ ବର୍ଷର ଛାତ୍ରର ଜୀବନ। ପ୍ରତିବାଦରେ ବିଦ୍ୟାଳୟ ଆଗରେ ଧାରଣା ଦେଲେ ପରିବାର ଲୋକେ । ନୀଳଗିରି ବ୍ଲକ ଖଇରବଣି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂ ଙ୍କର ପୁଅ ତପୁ ସିଂ ଖଇରବଣି ଆଶ୍ରମ ହଷ୍ଟେଲ ରେ ରହି ପାଠ ପଢୁଥିଲେ । ଥଣ୍ଡା ଜ୍ୱର ହେବାରୁ ଚିକିତ୍ସା ନକରି ତପୁକୁ ଘରକୁ ପଠାଇ ଦେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଗତକାଲି ତପୁକୁ ଅଭିଭାବକ ନୀଳଗିରି ମେଡ଼ିକାଲ ରେ ଚିକତ୍ସା ପାଇଁ ଭର୍ତ୍ତି କରିଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତପୁର ମୃତ୍ୟୁ ଘଟିଛି। ଚିକିତ୍ସା ଅବହେଳା ପାଇଁ ବିଦ୍ୟାଳୟ ଆଗରେ ଶବ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ। ଅନ୍ୟପଟେ ପ୍ରଧାନଶିକ୍ଷୟିତ୍ରୀ ଙ୍କୁ ଅଫିସ ରୁମରେ ଲକ କରିଛନ୍ତି ଗ୍ରାମବାସୀ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଅନ୍ୟପଟେ ହଷ୍ଟେଲ ଇନଚାର୍ଜ ମନ୍ମଥ ମଲ୍ଲିକ ଅନୁପସ୍ଥିତ ଥିବା ଦେଖାଦେଇଛି। ନ୍ୟାୟ ଦାବୀରେ ଧାରଣାରେ ବସି ରହିଛନ୍ତି ପରିବାର ଓ ଗ୍ରାମବାସୀ।

ନୀଳଗିରି ରୁ ଜଗନ୍ନାଥ ପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *