ସହିଦ ଦିବସକୁ ଭୁଲିଗଲେ ରାଜନେତା ଓ ପ୍ରଶାସନ

ଫୋକସ ପ୍ଲସ(ସୋରଡ଼ାରୁ) ୨୮/୦୭/ ୨୦୨୨:କାର୍ଗିଲ ସହିଦ ଦିବସ ଏହି ଦିବସ ଆମକୁ ସେହି ସହିଦ ମାନଙ୍କ କଥା ମନେ ପକେଇଦିଏ ଯୋଉଁ ମାନେ ନିଜର ବହୁମୂଲ୍ୟ ଜୀବନ କୁ ଦେଶ ପାଇଁ ଉତ୍ସର୍ଗ କରି ଜୀବନ ଦେଇ ସହିଦ ହୋଇ ଭାରତ ବର୍ଷ କୁ ବିଜୟୀ କରାଇଥିଲେ । ଦେଶର ବିଭିନ୍ନ ସ୍ଥାନରେ କାର୍ଗିଲ ସହିଦ ଦିବସ ପାଳନ କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟ ଏମିତିକି ବିଭିନ୍ନ ସହର ରେ ମଧ୍ୟ ପାଳିତ କରାଯାଇଥିଲା ।କିନ୍ତୁ ସୋରଡ଼ା ସହରରେ ଏହା ଦେଖିବାକୁ ମିଳିନାହିଁ ।ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକ ରେ ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଖଇରପୁଟି ପ୍ରାଥମିକ ବିଦ୍ୟାଳୟ ରେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ସ୍ଥାନୀୟ ଲୋକ ଏବଂ ସେହି ବିଦ୍ୟାଳୟ ଶିକ୍ଷକ ଙ୍କ ସହ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତି ସହିଦ ଯବାନ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ କରିଥିଲେ ।ଅନ୍ୟପଟେ ଗୋଛା ପଞ୍ଚାୟତ ରେ ଜିଲ୍ଲାପରିଷଦ ସଦସ୍ୟ ସମରେନ୍ଦ୍ର କୁମାର ସାହୁ ଓ ସରପଞ୍ଚ ତ୍ରିଲୋଚନ ସାହୁ ଏହି କାର୍ଗିଲ୍ ସହିଦ ଦିବସ ପାଳନ କରିଥିଲେ। ଗୋଚ୍ଛା ପଞ୍ଚାୟତ କାର୍ଯ୍ୟାଳୟ ରେ ସୋରଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ସିମାଞ୍ଚଳ ମଣ୍ଡଳ ସୋରଡ଼ା ବନାଞ୍ଚଳ ଅଧିକାରୀ ଲମ୍ବୋଦର ବାସ୍କେ ଓ ଅଙ୍ଗନବାଡ଼ି କର୍ମୀ,ବିଜେଡି କର୍ମୀ ଆଦି ଉପସ୍ଥିତ ଥିଲେ ।ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।କିନ୍ତୁ ସବୁପରେ ମଧ୍ୟ ସୋରଡ଼ା ରେ ବି କିଛି ଅବସର ପ୍ରାପ୍ତ ସେନା କର୍ମଚାରୀ ଥାଇ ମଧ୍ୟ କାର୍ଗୀଲ୍ ସହିଦ ଦିବସ ପାଳନ କରାଯାଇନଥିଲା ।ଯେତେବେଳ କୌଣସି ରାଜନୈତିକ ପ୍ରଚାର ହୁଏ ସେତେବେଳେ ସୋରଡ଼ା ସହର କୁ ପ୍ରାଧାନ୍ୟ ଦିଅନ୍ତି ସବୁ ଦଳର ନେତା ।କିନ୍ତୁ ଆଜି ସୋରଡ଼ା ସହର ରେ ଏହି କାର୍ଗିଲ୍ ସହିଦ ଦିବସ କୁ ଅଣଦେଖା କାହିଁକି କରାଗଲା ତାହା ବର୍ତମାନ ସାଧାରଣ ରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

 

ସୋରଡ଼ାରୁ କୋରେଶ୍ ମହାପାତ୍ର ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *