ଫୋକସ ପ୍ଲସ (ଆଳି) ୨୫/୦୭/୨୦୨୨: ଜନ ସାଧାରଣଙ୍କ ଦ୍ୱାରା ରାଜ୍ୟରେ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି. ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ନେତୃତ୍ୱ ରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ପ୍ରତ୍ୟେକ ସୋମବାର ଆଳି ବ୍ଲକ ର ବିଭିନ୍ନ ପଂଚାୟତରେ ଜାରି ରହିଥିବା ବେଳେ ଆଜି ନରେନ୍ଦ୍ରପୁର ପଞ୍ଚାୟତ ରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା.ଏହାକୁ ଆଳି ବିଡ଼ିଓ ଦିବ୍ୟନ୍ଦୁ ଦାସ ଓ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଇନ୍ଦୁମତୀ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ. ଆମ ଖବର ସଂଗ୍ରହ ଶେଷସୁଧା ଏହି ଶିବିରରେ ପ୍ରାୟ 256 ଜଣ ନରେନ୍ଦ୍ରପୁର ପଂଚାୟତ ର ବ୍ୟକ୍ତି ମାନେ ପହଂଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ, ଲେବର କାର୍ଡ, କାଳିଆ ଯୋଜନା, ଆଧାର କାର୍ଡ,ଭତ୍ତା ଓ ଅନ୍ୟନ୍ୟ ଯୋଜନାରୁ ବଂଚିତ ହେଉଥିବା ବିଡ଼ିଓ ଙ୍କ ନିକଟରେ ଦାବିକରି ଆବେଦନ କରିଥିଲେ.ସେମାନଙ୍କ ଦରଖାସ୍ତ କୁ ତୁରନ୍ତ ପଦକ୍ଷେପ ନିଆଯିବା ପାଇଁ ବିଭିନ୍ନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା.ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଟୀକାକରଣ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାୟ 50 ରୁ ଅଧିକ ରୋଗୀଙ୍କୁ ବିଭିନ୍ନ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା. ଏହି ‘ପଲ୍ଲୀରେ ପ୍ରଶାସନ ‘କାର୍ଯ୍ୟକ୍ରମରେ ଆଳି ବିଡ଼ିଓ ଦିବ୍ୟନ୍ଦୁ ଦାସ, ତହସିଲଦାର ତପନ କୁମାର ସେନାପତି, ସିଡିପିଓ କଳ୍ପନା ଧଳଙ୍କ ସମେତ ଜେଇ, ପ୍ରାଣୀଧନ ନିରୀକ୍ଷକ, ମିଶନ ଶକ୍ତି, କୃଷି ବିଭାଗ, ପାନୀୟ ଜଳ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ. ଏହି କାର୍ଯ୍ୟକ୍ରମ କୁ ନରେନ୍ଦ୍ରପୁର ସରପଞ୍ଚ ଇନ୍ଦୁମତୀ ସ୍ୱାଇଁ ସମିତି ସଭ୍ୟା ମୀରାରାଣୀ ରାଉତ ଙ୍କ ସମେତ ବଂଶୀଧର ସ୍ୱାଇଁ, ଅରୁଣ ରାଉତ ଓ ନରେନ୍ଦ୍ର ପଞ୍ଚାୟତ ର ପ୍ରମୁଖ ସ୍ଥାନୀୟ ନେତୃମଣ୍ଡଳୀମାନେ ପରିଚାଳନା କରିଥିଲେ |
ଆଳିରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |