ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ୪ ଗିରଫ

ଫୋକସ ପ୍ଲସ (ବ୍ରହ୍ମପୁର)୨୪/୦୭/୨୦୨୨: ଜନୈକା ନାବାଳିକା ଛାତ୍ରୀଙ୍କୁ ଅପହରଣ କରିବା ସହ ବଳାତ୍କାର କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଦୁଇ ଜଣ ମହିଳା ସମେତ 4ଜଣଙ୍କୁ ଗିରଫ କରିଛି। ଏପରିକି ସମ୍ପୃକ୍ତ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିଥିବା ଭଳି ଏକ ସଙ୍ଗୀନ ଘଟଣା ଏବେ ସାମ୍ନାକୁ ଆସିଥିବା ବେଳେ ନାବାଳିକା ଜଣଙ୍କ 6 ମାସର ଗର୍ଭବତୀ ଥିବା ଜଣାପଡିଛି। ଏଭଳି ସଙ୍ଗିନୀ ଅଭିଯୋଗରେ ଗିରଫ ଅଭିଯୁକ୍ତ ମାନେ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅନନ୍ତ ନଗର 5ମ ଲାଇନରେ ରହୁଥିବା ଟୁଟୁ ଦାଶଙ୍କ ସ୍ତ୍ରୀ ଲତା ଦାଶ , କମାପଲ୍ଲି କୋପରେଟିଭ୍ କଲୋନିର ଅଭିରାମ ପାତ୍ର , କୋରାପୁଟ ଜିଲା ଜୟପୁର ତେଲିଗୁଡ଼ାର ୟାଦବ ମଣ୍ଡଳଙ୍କ ସ୍ତ୍ରୀ ବିଚିତ୍ର ମଣ୍ଡଳ ଓ ଜୟପୁର ସଦରର ପ୍ରଦୀପ କୁମାର ଦେଙ୍କ ପୁଅ ରୋହିତ ଦେ । ଏନେଇ ପୋଲିସ ମାମଲା ନମ୍ବର 18/22 ରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି। ପରେ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେହିପରି ପିଡ଼ିତାଙ୍କ ଧାରା 164 ଅନୁସାରେ କୋର୍ଟରେ ବୟାନ ରେକର୍ଡ କରାଯାଇଛି ଏହି ମାମଲାର ତଦନ୍ତ ଜାରି ରହିଛି।

ବ୍ରହ୍ମପୁରରୁ କାଳୀ ପ୍ରସାଦ ରଥଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *