ଗଞ୍ଜାମରେ ଥମିବାର ନା ନେଉନି ସାମାଜିକ ବାସନ୍ଦ ବ୍ୟବସ୍ଥା

ଫୋକସ ପ୍ଲସ (ଛତ୍ରପୁର)୨୩/୦୭/୨୦୨୨: ଗଞ୍ଜାମ ରେ ଥମିବାର ନା ନେଉନି ସାମାଜିକ ବାସନ୍ଦ ବ୍ୟାଧି ।ପ୍ରତ୍ୟେକ ଦିନ ଏ ନେଇ ଥାନାରେ ମାଳ ମାଳ ଅଭିଯୋଗ ହେଉଥିବା ବେଳେ ।ଆଜି ପୁଣିଥରେ ଗାଁ ରୁ ବାସନ୍ଦ ହୋଇଥିବା ହୋଇଥିବା ଦୁଇଟି ଘଟଣା ସାମ୍ନା କୁ ଆସିଛି । ଗଞ୍ଜାମ ଛତ୍ରପୁର ଥାନା ଜି ଏନ ପାଲମ ଗ୍ରାମରେ ୬ଟି ପରିବାର କୁ ବାସନ୍ଦ କରାଯାଇଥିବା ବେଳେ ଅନ୍ୟ ଜାତିରେ ବିବାହ କରିବାରୁ ମୂନିଷିପେଣ୍ଠ ଗ୍ରାମର ଅର୍ଜୁନ ବେହେରାଙ୍କୁ ବର୍ଷେ ହେଲା ଗ୍ରାମରୁ ବାସନ୍ଦ କରାଯାଇଥିବା ଅଭିଯୋଗ ଆସିଛି । ପାଲମ ଗ୍ରାମର ଭଦ୍ର ବ୍ୟକ୍ତି କୁଳ ନାମରେ ମନଇଚ୍ଛା ଜୋରିମାନା ଆଦାୟ କରିଥିବାରୁ ବିରୋଧ କରିବାରୁ ବାସନ୍ଦ କରାଯିବା ସହ ଜୋରିମାନା ପକାଇଥିବା ଅଭିଯୋଗ କରିଛନ୍ତି ସେହି ପରି ମୁନିଷିପେଣ୍ଠ ଗ୍ରାମର ଅର୍ଜୁନ ବେହେରାଙ୍କ ପୁଅ ଅନ୍ୟତ୍ର ଜାତିରେ ବିବାହ କରିବାରୁ ବର୍ଷେ ହେଲା ଗ୍ରାମରୁ ବାସନ୍ଦ କରିଥିବା ଅଭିଯୋଗ କରିଛନ୍ତି । ଏ ନେଇ କୈବର୍ତ୍ତ କୁଳ ସମାଜର ସଭାପତି ତଥା ବିଜେଡି ଜିଲ୍ଲାପରିଷଦଙ୍କ ସମେତ ୫ଜଣଂକ ନାଁ ରେ ଥାନାରେ ଅଭିଯୋଗ କରିଛନ୍ତି ।

ଛତ୍ରପୁରରୁ ରବୀନ୍ଦ୍ର ନାହାକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *