ଫୋକସ ପ୍ଲସ (କାମାକ୍ଷାନଗର)୧୩/୦୭/୨୦୨୨ :ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଯନ୍ତାରିବୋଲ ଓଡିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଜଣେ ବୃଦ୍ଧା ସ୍କୁଲ ବାରଣ୍ଡାରେ ଅସହାୟ ଅବସ୍ଥାରେ ବସି ରହିଥିଲେ | ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇନଥିବା ଜଣ ପଡିଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ ।ଏହି ଖବର ପାଇ କାମାକ୍ଷାନଗର ମହାବିଦ୍ୟାଳୟର ଅଧ୍ୟାପିକା ଲିପ୍ସା ପ୍ରଧାନ ଏହି ଖବର ଗଣମାଧ୍ୟମ ପ୍ରତିନିଧି ଓ ସ୍ବେଚ୍ଛାସେବୀଙ୍କୁ ଜଣାଇଥିଲେ |ସେଠାରେ ପହଞ୍ଚି ଏହି ଖବର ବିଷୟରେ ତୁରନ୍ତ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଜଣାଇବା ପରେ ତୁରନ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା କରି ବୃଦ୍ଧଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ଭର୍ତି କରାଯାଇଥିଲା ।ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।ବୃଦ୍ଧା ଜଣଙ୍କ ନିଜର ପରିଚୟ କିଛି କହି ପାରୁନାହାନ୍ତି ।ଏଠାରେ ସମସ୍ତ ପ୍ରକାର ଚିକିତ୍ସା ସହିତ ଅନ୍ୟ ସୁବିଧା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।ଗଣମାଧ୍ୟମ ପ୍ରତିନିଧି ରାକେଶ କୁମାର ଦେହୁରୀ,ସଦାଶିବ ସେଠୀ, ନିହାର ରଞ୍ଜନ ସାହୁ,ସମଦର୍ଶୀ ଦାସ,ପ୍ରତାପ କୁମାର ସାହୁ,ଅକ୍ଷୟ କୁମାର ନନ୍ଦ, ସ୍ବେଚ୍ଛାସେବୀ ଦେବିଦତ ମହାପାତ୍ର,ଐରା ସ୍ବେଚ୍ଛାସେବୀ ତରଫରୁ ଜ୍ଞାନରଞ୍ଜନ ବାରିକଙ୍କ ସମେତ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନେ ପ୍ରମୁଖ ଉଦ୍ଧାର କରିଥିଲେ ।
କାମାକ୍ଷାନଗର ରୁ ସମଦର୍ଶୀଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ |