ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ

ଫୋକସ ପ୍ଲସ (ଢେଙ୍କାନାଳ) ୦୭/୦୭/୨୦୨୨: କାମାକ୍ଷାନଗର ଉପଖଣ୍ଡ ଅଧିନସ୍ତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୋଷ୍ୟ ଗ୍ରାମ ଆଖୁପାଳ ଠାରେ ଚାଲିଥିବା ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଗୁରୁବାର ମଧ୍ୟାହ୍ନରେ ଉଦଯାପିତ ହୋଇଯାଇଛି । ଉଭୟ ବାଳକ ଓ ବାଳିକା ବିଭାଗର ୭ ଦିନ ବ୍ୟାପୀ ଚାଲିଥିବା ସ୍ବତନ୍ତ୍ର ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶନ୍ନ କୁମାର ସାହୁ ଜାତୀୟ ସେବା ଯୋଜନା ପତକା ଅବତରଣ କରି ଉଦଯାପିତ କରିଥିଲେ । ଛାତ୍ରଛାତ୍ରୀଙ୍କ ସେବା ମନୋଭାବ, ଶୃଙ୍ଖଳିତ ଆଚରଣ, ଗ୍ରାମବାସୀ ମାନଙ୍କ ସହଯୋଗ, ବାଳକ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ପ୍ରେମାନନ୍ଦ ନାୟକ, ବାଳିକା ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଝୁନୁ ରାୟ ଏବଂ ଅନ୍ୟାନ୍ୟ ଅଧ୍ୟାପକ କର୍ମଚାରୀଙ୍କ ସହଯୋଗକୁ ଅଧ୍ୟକ୍ଷ ଭୂୟସୀ ପ୍ରଶଂସା କରିଥିଲେ । ଏହି ସାତ ଦିନ ରହଣି ମଧ୍ୟରେ ଅନ୍ତେବାସୀ ମାନେ ସାମୁହିକ ବୃକ୍ଷ ରୋପଣ, ପୋଷ୍ୟ ଗ୍ରାମ ଏବଂ ଅନୁଷ୍ଠାନକୁ ସଫାସୁତୁରା କରିବା, ଯଉତୁକ ବିରୋଧୀ ଓ ନିଶାନିବାରଣ ରାଲି ତଥା ବିପର୍ଯ୍ୟୟ ପରିଚାଳନା ଆଦି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅନ୍ତେବାସୀ ମାନଙ୍କୁ ସ୍ଥାନୀୟ ତହସିଲଦାର ରମେଶ କୁମାର ଜେନା, ଅଧ୍ୟାପକ ଅଜୟ କୁମାର ଚିନାରା, ଅଧ୍ୟାପକ ଲକ୍ଷ୍ମୀକାନ୍ତ ଶତପଥୀ, ପୋଷ୍ୟ ଗ୍ରାମ ସଭାପତି ହରିନାଥ ସିଂହ, ସଭ୍ୟ ବଳଭଦ୍ର ବେହେରା ପ୍ରମୁଖ ବିଭିନ୍ନ ବିଷୟରେ ଉଦବୋଧନ ଦେଇଥିଲେ । ପରିଶେଷରେ ଜାତୀୟ ସେବା ଯୋଜନା ତାଳି ଦେଇ ସ୍ବେଚ୍ଛାସେବୀ ଓ ସ୍ବେଛାସେବୀନି ମାନେ ଶିବିରରୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

Leave a Reply

Your email address will not be published. Required fields are marked *