ଫୋକସ ପ୍ଲସ (କେନ୍ଦ୍ରାପଡ଼ା) ୦୬/୦୭/୨୦୨୨: ଗ୍ରାମାଞ୍ଚଳର ଲୋକଙ୍କ ସମସ୍ୟାକୁ ଲୋକଙ୍କ ପାଖରେ ପହଞ୍ଚି ସମାଧାନ କରିବାକୁ ସରକାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ କରୁଛନ୍ତି | କିପରି ଗରିବ ଓ ଅସହାୟ ଲୋକେ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ନଯାଇ ନିଜର ସମସ୍ୟାକୁ ନିଜ ପଞ୍ଚାୟତରେ ସମାଧାନ କରିପାରିବେ ସେହି ଉଦେଶ୍ୟ ନେଇ ପ୍ରତ୍ୟକ ପଞ୍ଚାୟତରେ ଆୟଜନ ହେଉଛି ସରକାରଙ୍କ ପଲିରେ ପ୍ରଶାସନ କାର୍ଯ୍ୟକ୍ରମ |
🔸ଏପଟେ ଭିତରଗଡ଼ ପଞ୍ଚାୟତବାସୀଙ୍କ ଅଭିଯୋଗ ଯେ,ଆମେ ଅନେକ ସମସ୍ୟାକୁ ନେଇ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଆସି ପହଞ୍ଚିଲା ବେଳକୁ କୌଣସି ପ୍ରସାଶନିକ ଅଧିକାରୀଙ୍କୁ ନପାଇବାରୁ ଆମେ ହତାସ ହୋଇ ଘରକୁ ଫେରିଯାଉଛୁ । ଏ କଥା ଆମେ କହୁନୁ କହୁଛନ୍ତି ଉକ୍ତ କାର୍ଯ୍ୟକ୍ରମକୁ ଅଭିଯୋଗ ନେଇ ଆସିଥିବା ଭିତରଗଡ଼ ପଞ୍ଚାୟତ ବାସୀ |
🔸ନିଜ ଦୁଃଖ ଓ ସମସ୍ୟାକୁ ସମାଧାନ କରିବା ଲାଗି ଗରିବ ଓ ଅସହାୟ ଲୋକେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଆସିଥାନ୍ତି | ହେଲେ ଲୋକେ ସରକାରୀ କାର୍ଯ୍ୟାଳୟକୁ ଜେପରି ବାର,ମ୍ବାର ଦୌଡିଲା ପରେବି ବିଫଳ ହୋଇ ଫେରନ୍ତି ସେହିପରି ସମାନ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଭିତରଗଡ ଗ୍ରାମପଞ୍ଚାୟତରେ ଗତ ଚାରିତାରିଖ ଦିନ ଆୟୋଜନ ହୋଇଥିବା ପଲ୍ଲୀରେ ପ୍ରସାଶନ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳିଛି ।
🔸ଏଠି ସାଧାରଣରେ ପ୍ରଶ୍ନ ? ଉଠୁଛି କାହିଁକି ହତାଶ ହୋଇ ଫେରିଲେ. ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଅଭିଯୋଗ ନେଇ ଆସିଥିବା ପଞ୍ଚାୟତ ବାସୀ |
🔸ସରକାରଙ୍କ ପଲ୍ଲୀରେ ପ୍ରସାଶନ କାର୍ଯ୍ୟକ୍ରମକୁ ସଠିକ୍ ଢଙ୍ଗରେ ପରିଚାଳନା କରି ପାରୁନାହାଁନ୍ତି କି ପ୍ରସାସନିକ ଅଧିକାରୀ ।
କେନ୍ଦ୍ରାପଡ଼ା ରାଜନଗର ରୁ କୁମାର ଅଜୟ ଫୋକସ ପ୍ଲସ୍ |