୧୩ ବର୍ଷର ସାହିଲ ନିଖୋଜ

ଫୋକସ ପ୍ଲସ (ଉମରକୋଟ)୨୯/୦୬/୨୦୨୨: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରପାଳିକା ଅନ୍ତର୍ଗତ ଦରଗାଗୁଡା ୟୁଭି ଚାରି ନମ୍ବର ର ବାସିନ୍ଧା ପ୍ରଶାନ୍ତ ପୋଦାର ଙ୍କ ପୁଅ ସାହିଲ ପୋଦାର ନିଖୋଜ ହୋଇଥିବା ନେଇ ଉମରକୋଟ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଛି |ସୂଚନା ମୁତାବକ ପ୍ରଶାନ୍ତ ଙ୍କ ପୁଅ ସାହିଲ ପୋଦାର (୧୩) ଗତ ୨୬/୦୬ ରେ ଘରେ କାହାକୁ କିଛି ନ ଜଣାଇ ଘରୁ ପଳାଇଯାଇଛନ୍ତି | ଏହା ପରେ ଦୁଇ ଦିନ ହେବ ଘର ଲୋକ ନିଜ ସମ୍ପର୍କୀୟ ତଥା ବିଭିନ୍ନ ଜାଗାରେ ପଚରାଉଚରା ଓ ଖୋଜଖଜି କରିଥିଲେ କିନ୍ତୁ ସାହିଲ ଙ୍କ କିଛି ଖବର ନ ମିଳିବାରୁ ଆଜି ଉମରକୋଟ ଥାନାରେ ଏକ ନିଖୋଜ ହୋଇଥିବା ଲିଖିତ ଅଭିଯୋଗ କରିଛନ୍ତି | ଯଦି କୌଣସି ବ୍ୟକ୍ତି ତାଙ୍କ ସୂଚନା ପାଆନ୍ତି ତେବେ 9777719471 ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି |

Leave a Reply

Your email address will not be published. Required fields are marked *