ଶୋଷ ମେଣ୍ଟାଇ ପାରୁନାହାନ୍ତି ସରପଞ୍ଚ

ଫୋକସ ପ୍ଲସ (ବନ୍ତ)୨୭/୦୬/୨୦୨୨: ଫେଲ୍ ମାରିଚି ରାଜ୍ୟ ସରକାରଙ୍କ ବସୁଧା ଯୋଜନା ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ପ୍ରଶାସନ ପାଣି ଟିକିଏ ପାଇଁ ନାଇ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବନ୍ତ ବ୍ଲକ ବିଟିପୁର ପଞ୍ଚାୟତବାସୀ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବ୍ୟୟ ହୋଇ ଓଭରହେଡ଼ ପାଣି ଟାଙ୍କି କାର୍ଯ୍ୟ ଶେଷ ହୋଇ ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାଏଁ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ୬ଖଣ୍ଡ ଗ୍ରାମର ଅଧିବାସୀ l
ବନ୍ତ ବ୍ଲକ ବିଟିପୁର ପଞ୍ଚାୟତ ପରିସରରେ ଗଭୀର ନଳକୂପ ଓ ଓଭରହେଡ ପାଣି ଟାଙ୍କି କାର୍ଯ୍ୟ ସରି ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ସାରିଥିଲେ ମଧ୍ୟ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ହୋଇପାରୁ ନାହିଁ । ଫଳରେ ଆଗରପଡ଼ା ବଜାର, ବିଟିପୁର, ହଳଦୀପହଣି, ବଙ୍ଗାଳୀସାହି, ହଜାରିସାହି, ସେଠୀସାହି , ଗଡ଼ସାହିର ଲୋକ ମାନେ ବିଶୁଦ୍ଧ ପାନୀୟ ଜଳ ଟୋପେ ପାଇବାରୁ ବଞ୍ଚିତ ହୋଇଛନ୍ତି ।ଗୋଟିଏ ପଟେ ପାନୀୟ ଜଳ ଯୋଗାଣକୁ ନେଇ ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହି ପଞ୍ଚାୟତ ବାସିନ୍ଦା ବିଶୁଦ୍ଧ ପାନୀୟ ଜଳରୁ ପାଇବାରୁ ବଞ୍ଚିତ ହୋଇଛନ୍ତି l ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଭୂତଳ ଜଳସ୍ତର କମି ଯାଇଥିବାରୁ ନଳକୂପରୁ ପାଣି ନ ବାହାରିବା ସମସ୍ୟା ଦେଖାଦେଇଛି। ତେଣୁ ପଞ୍ଚାୟତ ବାସିନ୍ଦା ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି l ଗୋରୁଗାଈ ଆଦି ଗୃହପାଳିତ ପଶୁ ପାଣି ପିଇବାକୁ ପାଉ ନଥିବା ବେଳେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଏହି ପଞ୍ଚାୟତ ବାସିନ୍ଦା l ବସୁଧା ଯୋଜନାରେ ସମସ୍ତ ବ୍ଲକ ଓ ପଞ୍ଚାୟତ ସଦରମହକୁମା ଓ ବିଭିନ୍ନ ରାଜସ୍ବ ଗ୍ରାମରେ କୋଟି କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରିଛନ୍ତି l ବହୁ ସମୟରେ ପ୍ରାଶାସନିକ ଅଣଦେଖା ଓ ସୁପରିଚାଳନା ଅଭାବରୁ ବହୁ ପ୍ରକଳ୍ପ ଅଚଳ ହୋଇ ପଡିବା ସହ ସରକାରଙ୍କ ଏକ ଯୁଗାନ୍ତକାରୀ ଜନ କଲ୍ୟାଣକାରୀ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି lତେବେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ପ୍ରକଳ୍ପ ମଣିଷ କୃତ ଅବ୍ୟବସ୍ଥା ଯୋଗୁଁ ଅଚଳ ହୋଇ ପଡ଼ିଥିଲା ବେଳେ ପ୍ରଶାସନ ଉକ୍ତ ପ୍ରକଳ୍ପକୁ ଚାଲୁ କରିବାର ଆନ୍ତରିକତା ନ ଦେଖାଇ ନିକଟରେ ପୁଣି ଏକ ନୂତନ ପ୍ରକଳ୍ପ ନିର୍ମାଣ କରିବା କେତେ ଯଥାର୍ଥ ତାହା ତଦନ୍ତ ସାପେକ୍ଷ l ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବ ଜଗତ ହା ହା କାର ଡାକ ଛାଡୁଥିଲା ବେଳେ ବିଭାଗୀୟ ଅଧିକାରୀ ମାନେ ତୁରନ୍ତ ଅଚଳ ହୋଇ ପଡ଼ି ରହିଥିବା ପ୍ରକଳ୍ପ ଟିକୁ କାର୍ଯ୍ୟକ୍ଷମ କରାଇଲେ ସରକାରଙ୍କ ଯୋଜନାର ସୁଫଳ ଲୋକ ମାନେ ପାଇ ପାରନ୍ତେ ବୋଲି ଗ୍ରାମବାସୀ ମାନେ ଦାବୀ କରିଛନ୍ତି l

ବନ୍ତ ରୁ ବାବୁରାମ ବେହେରା ଙ୍କ ରିପୋର୍ଟ |

Leave a Reply

Your email address will not be published. Required fields are marked *