ବାରଣ୍ଡାରେ ଶିକ୍ଷା

ଫୋକସ ପ୍ଲସ (ନାକଟିଦେଉଳ)୨୬/୦୬/୨୦୨୨: ପିଲାଙ୍କୁ ପ୍ରାଥମିକ ଶିକ୍ଷା ପାଇଁ ମାଳ ମାଳ ଯୋଜନା କରୁଛନ୍ତି ସରକାର |ସେହି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ କରାଯାଉଛି | ହେଲେ ସଂପ୍ରୁକ୍ତ ବିଭାଗର ସରକାରୀ ବାବୁ ମାନଙ୍କ ସଠିକ୍ ତଦାରଖର ଅବହେଳା ଯୋଗୁଁ ସ୍କୁଲ୍ ଗୁଡିକରେ କେଉଁଠି ଶ୍ରେଣୀ ଗ୍ରୁହ ଗୁଡିକ ଭଙ୍ଗା ଦଦରା ହୋଇ ପଡି ରହିଛି ତ କେଉଁଠି ଶ୍ରେଣି ଗ୍ରୁହ ଅଭାବ ଯୋଗୁଁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି | ଏମିତି ଏକ ଦ୍ରୁଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ରେ | ଆମେ କହୁଛୁ ବ୍ଲକ୍ ର କୁଞ୍ଜାମରା ସରକାରୀ ପ୍ରାଥମିକ ସ୍କୁଲ୍ ର କଥା ା ଏହି ସ୍କୁଲ୍ ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୫ଟି ଶ୍ରେଣୀରେ ୮୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି | ହେଲେ ଏଠି ପାଞ୍ଚଟି ଶ୍ରେଣୀର ୮୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ଟି ଶ୍ରେଣୀ କୋଠରୀ ରହିଥିବାରୁ ପିଲା ମାନେ କୋଠରୀ ବାରଣ୍ଡାରେ ବସି ପାଠ ପଢୁଛନ୍ତି |ଏଠି ସ୍କୁଲ ଶ୍ରେଣୀ କୋଠରୀ ଏବଂ ପାଣିର ଅଭାବ ରହିଥିବା ସମସ୍ୟା ନେଇ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପ୍ରକାର ସୁଫଳମିଳୁନାହିଁ ତେବେ ଆସନ୍ତୁ ଜାଣିବା ଏହି ସ୍କୁଲ୍ ର ସମସ୍ୟା ବିଷୟରେ କଣ କଣ୍ କହୁଛନ୍ତି ସ୍କୁଲ୍ ର ପ୍ରଧାନ ଶିକ୍ଷକ |ଏପଟେ ବର୍ଷା ଦିନ ଆସି ଯାଇଥିବାରୁ ବାରଣ୍ଡା ରେ ବସି ପାଠ ପଢୁଥିବା ବେଳେ ବର୍ଷା ଛିଟାରେ ପିଲାଙ୍କ ବହିପତ୍ର ସବୁ ଭିଜି ଯାଉଛି |ଯାହାଫଳରେ ପାଠ ପଢାରେ ବ୍ୟାଘାତ ସ୍ରୁଷ୍ଟି ହେଉଥିବା ନେଇ ପ୍ରକାଶ କରିଛନ୍ତି ପିଲାମାନେ |

Leave a Reply

Your email address will not be published. Required fields are marked *